STORYMIRROR

Gunanidhi Samal

Abstract

4  

Gunanidhi Samal

Abstract

ଷ୍ଟେଥୋସ୍କୋପ

ଷ୍ଟେଥୋସ୍କୋପ

1 min
23.6K

କେଉଁ ବୈଜ୍ଞାନିକ ଉଦ୍ଭାବନ କଲେ

ଏହି ଛୋଟ ଯନ୍ତ୍ର ଗୋଟିକ

ମାନବ ଜାତିର ଉପକାର ହେଲା

ଦୁନିଆଁ କରିଲେ ଆଲୋକ ।

କେବେ ଥାଏ ସିଏ ଡାକ୍ତରଙ୍କ ହାତେ

କେବେ ଝୁଲୁଥାଏ ଗଳାରେ

କେବେଥାଏ ପୁଣି ଯନ୍ତ୍ର ବାକସରେ

କେବେ ସେ ଟେବୁଲ ଉପରେ।

ପିଠିରେ ଛାତିରେ ଚାପଦେଇ ପରା

ରୋଗ ହୁଅଇ ନିରୂପଣ

ତାକୁ ଆଶ୍ରାକରି ଡାକ୍ତର ଖୋଜନ୍ତି

ରୋଗ ବୈରାଗର ନିଦାନ।

ରୋଗୀଙ୍କ ସେବାରେ ଲାଗିଥାଏ ସଦା

ମହତ ତାହାର ଉଦ୍ଧେଶ୍ୟ

ବ୍ୟବହାର ତାର କେହି ନ' ଜାଣନ୍ତି

ଡାକ୍ତରଙ୍କ ବିନା ଅବଶ୍ୟ ।

କିଏ କହୁଥାଏ ଷ୍ଟେଥୋସ୍କୋପ ତାକୁ

କେ କହେ ଡାକ୍ତରୀ ଯନ୍ତର

ଯାହାର ଗଳାରେ ଦେଖୁ ତାକୁ ଆମେ

ଭାବି ନେଇଥାଉ ଡାକ୍ତର ।

କେତେ ବୁଝିହୁଏ କେତେ ହୁଏନାହିଁ

ଦେଖିଲେ ତାହାକୁ ଆଖିରେ

ମୁରୁଖ ଲୋକ ମୁଁ କି ଉପମା ଦେବି

ଲେଖିଦେଲି ସିନା ଗୀତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract