STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ଷଷ୍ଠୀ ଓଷାର ଅନୁଚିନ୍ତା

ଷଷ୍ଠୀ ଓଷାର ଅନୁଚିନ୍ତା

1 min
190


ପୂର୍ବରେ ଦେବାଦେବୀ ଯେତେ ଦର୍ଶନ କଲି

ପଶ୍ଚିମରେ ତାଙ୍କ ଛବି ଆଙ୍କିଲି

ଉତ୍ତରରେ ଗଙ୍ଗା ମାତାଙ୍କୁ ଦେଖି

ଶିଳା ସମ ଷଷ୍ଠୀ ଦେବୀ କାହିଁ ନପାଇଲି

ଶିଳ ଆଉ ଶାଳ ଷଷ୍ଠୀ ହୋଇ ଇଷ୍ଟ ହୋଇ

ରକ୍ଷାକର୍ତ୍ତା ସାଜି ଘରେ ଅଛନ୍ତି ଜାଣିଲି

ଏତେ ବାଟ କିଆଁ ଭ୍ରମେ ଭ୍ରମିଲି ଭାବିଲି

ତଥାପି ଦେଖିବା କଥା ବୈଶ୍ନୋ ଦେଵୀ

ଆକାଶ ମାର୍ଗରେ ଯାଇ ମନସା ଦେବୀଙ୍କୁ

ଶତ ପ୍ରଣିପାତ ଜଣାଇଥିଲି

ତୁମେ ସର୍ବଦେବା ଦେଵୀ ତୁଳସୀ ମୂଳେ ପା

ତାଙ୍କୁ ପୂଜା କରି ପୂତ୍ର ଧନ ପାଇଥିଲି

ସେଇ ପୁତ୍ର ଆଜି ଜଗତ ବୁଲାଏ ଷଷ୍ଠୀ ଇଷ୍ଟ

ଦେବୀଙ୍କ ବର ବାରବାର ମୁଁ ପାଇଗଲି

ରଖ ମୋ ପୁତ୍ରକୁ ଘଣ୍ଟ ଘୋଡେ଼ଇ

ତା ସଙ୍ଗେ ଭଉଣୀକୁ ତା ପାଇଥିଲି

ଶିଳ ଜଣେ ଶାଳ ଜଣେ ହୋଇଥାନ୍ତୁ

ଚୁପି ଚୁପି ଗଙ୍ଗା ମାତାଙ୍କୁ ଜଣାଇଥିଲି

ବଜ୍ରମୂଳିରେ ଝାଡ଼ିଦେବି ମୋ ପୁତ୍ରକୁ

ତା ସଙ୍ଗେ ସଭିଙ୍କୁ କରୁଣାରୁ ଯା' ସବୁ ପାଇଲି

ଷଷ୍ଠୀ ଓଷାରେ ମୁଁ ପୂଜୁଛି ଷଷ୍ଠୀ ଓ ଇଷ୍ଟଙ୍କୁ

ଘଣ୍ଟ ଘୋଡାଇ ରଖ ମାଆ ପୁତ୍ର ସହ ଜଗତ୍ର

ଭାବ ଓ ଭକ୍ତିରେ ନିବେଦନ ମୁଁ କଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action