ଷୋହଳ 'କ' ପଣକିଆ ଗୀତ
ଷୋହଳ 'କ' ପଣକିଆ ଗୀତ
ଷୋହଳ ଏକେ ଷୋହଳ,
ଆସିଛି ଗଛରେ ଆମ୍ବ ବଉଳ l
ଷୋହଳ ଦୁଗୁଣେ ବତିଶୀ,
ତାପରେ ଧରିବ ଆମ୍ବ କଷି l
ଷୋହଳ ତିରିକି ଅଠଚାଳସୀ,
କି ବାସନା ମହକି ଯାଏ ବେଶୀ l
ଷୋହଳ ଚଉକୁ ଚଉଷଠି,
ଚା, ତୋଳିବା ଯାଇ ଏକାଠି l
ଷୋହଳ ପଞ୍ଚା ଅଶୀ,
ଆଜି ବଉଳ ଅମାସିଆ ବାସି l
ଷୋହଳ ଷୋକୋ ଛାୟାନବେ,
ଖାଇଛ କି ଠୂରି ଆମ୍ବ କେବେ l
ଷୋହଳ ସତା ଶହେ ବାର,
ଦେଖିଲେ ଲାଳ ବହେ ଧାର ଧାର l
ଷୋହଳ ଅଷ୍ଟା ଶହେ ଅଠେଇଶୀ,
ଚିନି ଠାରୁ ମିଠା ଲାଗେ ବେଶୀ l
ଷୋହଳ ନୂଆଁ ଶହେ ଚଉରାଳସି,
ତଣ୍ଟିରେ ଟାଙ୍କୁଟା ଗଲା ପଶି l
ଷୋହଳ ଦଶା ଶହେ ଷାଠିଏ,
କାନ୍ଦି ଛଟପଟ ହେଲି ଘଡିଏ l