STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର

1 min
168

     

     ଆଧୁନିକ ମାନବର

       ମୁଁ ମହାଅସ୍ତ୍ର

    ବିକାଶ ଓ ବିନାଶର 

       ଅଟଇ ମହାମନ୍ତ୍ର

    ଯନ୍ତ୍ର ମନ୍ତ୍ର ତନ୍ତ୍ର ସବଠୁ

     ଉପରେ ରହି ରଚି ଥାଏ ଓ

       ରଚାଇ ଥାଏ ମୁଁ ମୋ

     ମାନସିକତାର ନୀଳ ଚିତ୍ର

      ମୁଁ ଆଧୁନିକ ସମାଜର

       ମହାନାୟକ ଷଡ଼ଯନ୍ତ୍ର ।


     ସବୁ ତନ୍ତ୍ରର ମୁଁ ମହାମନ୍ତ୍ର

     ସେ ହେଉ ଏକଛତ୍ରବାଦ

      ସମାଜବାଦ ହେଉ କି

     ସେ ହେଉ ରାଜତନ୍ତ୍ର

         ଅବା ପ୍ରଜାତନ୍ତ୍ର

     ସବୁଠି କାଟୁ କରେ ମୋ ମହାମନ୍ତ୍ର

     ମୁଁ ଭିନ୍ନ ଗ୍ରହର ନୁହେଁ କି ଭିନ୍ନତା

      କେବଳ ମନ୍ତବ୍ୟ ଓ ମତ

     ଶାସକ ଗୋଷ୍ଠୀ ଙ୍କୁ କେବଳ

      କରାଇଥାଏ ମୁଁ ଜାଗ୍ରତ

    ମୋ ମନ୍ତ୍ରରେ ଶାସକ କୁ ବି

       ମୁଁ ଗାଦିଚ୍ୟୁତ

         ମୁଁ ଷଡ଼ଯନ୍ତ୍ର ।


     ଘର ପରିବାର ସବୁକୁ

      କରିଦେଇପାରେ

          ମୁଁ ନାରଖାର

     ଗାଁ ସାହି ଭାଇ ସଭିଙ୍କ ମଧ୍ୟେ

       ମଚାଇ ଦେଇ ପାରେ କଳିଗୋଳ

    ମୁଁ ସବୁ ଅନ୍ୟାୟ ଅନୀତି

      ଦୁର୍ନୀତି ଭ୍ରଷ୍ଟାଚାରର ରଚେ

       କୂଟ ଚକ୍ରାନ୍ତ

    ବିଶ୍ଵାସେ ବିଷ ଦେଇ

     ଏ ଧରାକୁ ବି ମୁଁ କରିପାରେ ଧୂଳିସାତ

      ବିଗତ ଦିନରେ ରଚିଛି ମହାଭାରତ

       ରାମାୟଣ ର କରିଥିଲି ସୂତ୍ରପାତ

      ମୁଁ ଯୁଗେ ଯୁଗେ ବହିଛି ନାମ

        ମୋ'ର ଖଳନାୟକ ଷଡ଼ଯନ୍ତ୍ର ।


      କେତେ କେତେ ଯୁଦ୍ଧ ହୋଇଛି

        ମୋ ଦ୍ଵାରା ରଚିତ

     ଦେଶ ଦେଶ ମଧ୍ୟେ 

     ଜାତି ଜାତି ମଧ୍ୟେ ସଂଘର୍ଷ ସବୁ

      ମୋ ଠାରୁ ହୁଅନ୍ତି ଜନ୍ମିତ

    ରାଜ୍ୟ ରାଜ୍ୟ ମଧ୍ୟେ ଧର୍ମ ଧର୍ମ ମଧ୍ୟେ

      ହିଂସା ଦ୍ୱେଷ ବିଦ୍ୱେଷ ର

       ମୋ ଠାରୁ ହୁଅଇ ସୂତ୍ରପାତ

    ଯେତେ ରକ୍ତପାତ ଯେତେ ବିତ୍ପାତ

      ସବୁ ଖଳ ବୁଦ୍ଧିରୁ ହୋଇଥାଏ ନିଶୃତ

     ମୁଁ ଯୁଗେ ଯୁଗେ କାଳଜୟୀ ସଇତାନ ସଦୃଶ

      ହୀନ କାର୍ଯ୍ୟେ ରହି ଲିପ୍ତ ରଚିଥାଏ

        ଖାଲି ଷଡ଼ଯନ୍ତ୍ର ଆଉ ଷଡ଼ଯନ୍ତ୍ର ।


Rate this content
Log in

Similar oriya poem from Abstract