Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଷଡଯନ୍ତ୍ର

ଷଡଯନ୍ତ୍ର

1 min
376


ଷଡ଼ଯନ୍ତ୍ର ଶବ୍ଦ  ଚାରୋଟି ଅକ୍ଷର

   ବିଦ୍ୟମାନ ଚାରି ଯୁଗେ

ହେଲେ ଷଡଯନ୍ତ୍ର  ଶିକାର ଜୀବନେ

    ଭାରି ଦୁଃଖ କଷ୍ଟ ଭୋଗେ ।


ଏ ଷଡଯନ୍ତ୍ରର  ହୋଇଲା ଶିକାର

    ସତ୍ୟଯୁଗେ ଚାରି ବେଦ

ମସ୍ଚ୍ୟ ଅବତାରେ ପ୍ରଭୁ ଉଦ୍ଧାରିଲେ

    ଅସୁରେ ଲଗାଇ ବାଦ ।


ରଚିଲା ରାବଣ ଷଡଯନ୍ତ୍ର ମାନ

   ଚୋରାଇ ନେଲା ଜାନକୀ

ହରାଇଲା ଶିର ଲଙ୍କା ଛାରଖାର

    ବଳ ଦର୍ପ ଗଲା ଚୁଲିକି ।


ଷଡଯନ୍ତ୍ର କଲା କଂସ ନାଶ ହେଲା

   ଦ୍ୱାପରେ ଶ୍ରୀ କୃଷ୍ଣ ହସ୍ତେ

ସ୍ୱର୍ଗକୁ ନିଶୁଣି ଗଢିବାକୁ ପୁଣି

   ଥିଲା କେତେ ବନ୍ଦୋବସ୍ତେ ।


ଶଙ୍କୁନି ରଚିଲା ପ୍ରତିଶୋଧ ନେଲା

   କୁରୁବଂଶ ବିପକ୍ଷରେ

ବଂଶ ନାଶ ହେଲା ଶଙ୍କୁନି ବି ମଲା

    ମହାଭାରତ ଯୁଦ୍ଧ୍ୟରେ ।


କେତେ ଷଡଯନ୍ତ୍ର କଲା ଦୁର୍ଯ୍ୟୋଧନ

   ପାଇବାକୁ ରାଜାଗାଦି

ପଣ୍ଡୁ ଧର୍ମ ପଥେ ଜିଣିଥିଲେ ଯୁଦ୍ଧେ 

    ଶହେ ଭାତୃ ସ୍କନ୍ଧ ଛେଦି ।


ଷଡଯନ୍ତ୍ର ଷଡ଼ ଅଇରିରେ ବନ୍ଧା

   ସ୍ଵାର୍ଥେ ହୋଇଥାଏ ଅନ୍ଧ

ସ୍ୱାର୍ଥ ପାଇଁ ସିଏ ନିର୍ଯ୍ୟାତନା ଦିଏ

   ବୁଝେ ନାହିଁ ଭଲ ମନ୍ଦ ।


କୁସଂସ୍କାରି ମାନେ ରଚିଥାନ୍ତି ମନେ

   ଷଡଯନ୍ତ୍ର ସୂତ୍ରପାତ

ସ୍ୱାର୍ଥ ପାଇଁ ସିଏ ସବୁ ଭୁଲିଯାଏ

   ବଳି ପଡେ ଏ ଜଗତ ।


ସେ ସୁଖ କ୍ଷଣିକ ଦେଇଥାଏ ଦୁଃଖ

   ବୁଝି ବି ଅବୁଝା ହୁଏ

ଈଶ୍ୱର ଦେଖନ୍ତି ସବୁ ଭଲ ମନ୍ଦ

   କୁ କାର୍ଯ୍ୟର ଫଳ ପାଏ ।


କୁହଇ ଶେଷରେ ଥିଲା ମୋ ଭାଗ୍ୟରେ

   ବିଧାତା ହୋଇଲା ବାମ

ଅନୁତାପ କେବେ କରେନାହିଁ ସିଏ

   ଇଏ ତାର କଲା କର୍ମ ।


Rate this content
Log in

Similar oriya poem from Inspirational