STORYMIRROR

Nibedita Mishra

Abstract Tragedy

4  

Nibedita Mishra

Abstract Tragedy

ଷଡଯନ୍ତ୍ର

ଷଡଯନ୍ତ୍ର

1 min
332


ସାରା ଦୁନିଆ ଆଜି ସାଜିଛି ଏକ ପଶା ପଡିଆ

ଚାଲିଛି ପ୍ରତି ମୂହୂର୍ତ୍ତ ଏଠି ସତରଞ୍ଜର ଖେଳ,

କିଏ ଆଗପଟୁ ତ କିଏ ପଛପଟୁ କରିଚାଲିଛନ୍ତି

ଅହରହ ଅତର୍କିତ ବାଜି ପରେ ବାଜିର ମାଳ।


 ଭୂଲଠିକ ଅବା ଭଲମନ୍ଦ ସବୁ ଅର୍ଥହୀନ ଏଠି

ଯିଏ ଷଡଯନ୍ତ୍ର କରି ଜିତିଗଲା ସେ ବାଜିଗର,

ଯିଏ ନ୍ଯାୟଅନ୍ଯାୟ ବିଚାରରେ ଭାବି ବସିଲା

ସେ ପାଏ ପ୍ରତି କ୍ଷେତ୍ରେ ପରାଜୟର ପ୍ରହାର।


ଧନ ଜମି ଲାଗି ରକ୍ତ କରେ ଏଠି ରକ୍ତର ଶୋଷଣ

ମୃତ୍ଯୁର ଷଡଯନ୍ତ୍ର କରେ ମାନବିକତା ଦେଖିଲେ ଧନ।

ଦେହର ଭୋକ ମେଣ୍ଟେଇବା ଲାଗି ପଶୁ ସାଜେ ସମ୍ପର୍କ

ଅନ୍ଧ ପାଲଟେ ମଣିଷ ହଜାଏ ନିଜର ହିତାହିତ ଜ୍ଞାନ।


ପରକୀୟା ପ୍ରୀତି ଷଡଯନ୍ତ୍ରରେ ଫାଶେ ମା ର ମମତା

ମଦ ବାସ୍ନା ଆଗେ ବନ୍ଧା ପଡିଯାଏ ପିତାର କର୍ତ୍ତ୍ଯବ୍ଯ।

ହତାଦାରିଆ ସନ୍ତାନ କେବେ ରଚେ ବୃଦ୍ଧାଶ୍ରମର ଷଡଯନ୍ତ୍ର

ତ କେବେ ହାତେ ଧରେ ଟାଙ୍ଗିଆ କରିବାକୁ ସବୁ ସମାପ୍ତ।


ଏଠି ଜଣେ ଅନ୍ଯ ଜଣଙ୍କୁ ଛନ୍ଦିବାକୁ କରନ୍ତି ଉଦ୍ଯମ

କିନ୍ତୁ ସମସ୍ତେ କାହା ନା କାହା ଷଡଯନ୍ତ୍ର ରେ ଶିକାର

ଅଭିମନ୍ଯୁ ସମ ସଭିଙ୍କ ଚାରିପଟେ ମୃତ୍ଯୁର ଚକ୍ରବ୍ଯୁହ

ତଥାପି ଜୀବନ କରିଚାଲିଛି ଅହରହ ଚେଷ୍ଚା ବଞ୍ଚିବାର।


ବିଶ୍ବାସ ଅଛି ଦିନେ ନା ଦିନେ ଏ ଷଡଯନ୍ତ୍ର ସବୁର ହେବ

ନିଶ୍ଚୟ,ଚିରସ୍ଥାୟୀ, ଶାନ୍ତିପୂର୍ଣ ଏକ ଏକ ପରିସମାପ୍ତି,

ଖାଲି ସେସମୟ ଆସିବା ପର୍ଯ୍ଯନ୍ତ ଇଶ୍ବର ଦିଅନ୍ତୁ ସଭିଙ୍କୁ

ଅମାପ ଧୈର୍ଯ୍ଯ ସହିତ ଷଡଯନ୍ତ୍ରର ମୁକାବିଲା ପାଇଁ ଶକ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract