STORYMIRROR

linki barik

Inspirational Others

4  

linki barik

Inspirational Others

"ଷଡ଼ଯନ୍ତ୍ର"

"ଷଡ଼ଯନ୍ତ୍ର"

1 min
376

ହେ ଉଗ୍ରବାଦୀ ମାନବ ସମାଜ

ଟିକିଏ କ୍ଷମତା ସ୍ୱଳ୍ପ ପ୍ରତିପତ୍ତିରେ

ବନ୍ଧାପଡ ତୁମ ଜୀବନ ଅତିଥି

ଷଡ଼ଯନ୍ତ୍ରର ସୂତାଖିଅରେ 

ସମ୍ପର୍କର ମର୍ମକୁ କର ଧୂଳିସାତ,

ନିଜ ପ୍ରଭାବ ବିସ୍ତାର ଲାଗି

ବୁଦ୍ଧି ତୁମ୍ଭର ଷଡ଼ଯନ୍ତ୍ରରେ ଗଦ୍ ଗଦ୍।


ଏ ଷଡ଼ଯନ୍ତ୍ର ନିମିଷ ମାତ୍ର

ନାହିଁ ସେ ଇତିହାସର ସ୍ୱର୍ଣୀମ ଫର୍ଦ୍ଦରେ,

ନୁହେଁ ମନୁଷ୍ୟର ଜାତ ପ୍ରବୃତ୍ତିରେ

ନୁହେଁ କବିର କଳ୍ପନା ପରିଧିରେ

ନୁହେଁ ଲେଖନୀର ବନ୍ଧୁର ମୁନରେ।


ତୁଚ୍ଛ ଏ ଷଡ଼ଯନ୍ତ୍ର

ପ୍ରାପ୍ତି ଆଶାରେ ସର୍ବ ତୁମ୍ଭେ ଲିପ୍ତ,

କେଉଁ ନାରୀର ପ୍ରାମାଣିକ ଷଡ଼ଯନ୍ତ୍ର

କେଉଁ ପୁରୁଷର ଭଳିଭିତ୍ତିକ ଷଡ଼ଯନ୍ତ୍ର

ନିରୀହ ମଣିଷ , ଅତର୍କିତ ଏ ଆର୍ତ୍ତ।


ନୁହେଁ ଐସ୍ୱର୍ଗିକ ଦାନ ଏ ଷଡ଼ଯନ୍ତ୍ର

ନୁହେଁ ମହାନ୍ ବଦାନ୍ୟ ପଣ ଷଡ଼ଯନ୍ତ୍ର,

ତଥାପି ତୁମ୍ଭେ କି ପାଇଁ ଷଡ଼ଜନ୍ତ୍ରେ ଲିପ୍ତ

ଯା ଦ୍ଵାରା କର ନିରୀହ ମନୁଷ୍ୟକୁ ବିଲୁପ୍ତ ।


କେଉଁଠି ନିରୀହ ନାରୀ ଅତ୍ୟାଚାରିତ

କେଉଁଠି ସପର୍କରେ ପଡ଼ୁଛି ପୂର୍ଣ୍ଣଚ୍ଛେଦ,

ସବୁରି ମୂଳେ ଏ ଷଡ଼ଯନ୍ତ୍ର

ଷଡ଼ଯନ୍ତ୍ର ସାଜିଛି ଉଗ୍ରବାଦୀ ମାନବ ବିବେକର ସ୍ୱର।


ହେ ଉଗ୍ରବାଦୀ ମାନବ ସମାଜ!

ଟିକିଏ କ୍ଷମତା ସ୍ୱଳ୍ପ ପ୍ରତିପତ୍ତିରେ

ବନ୍ଧାପଡ଼ ତୁମ ଜୀବନ ଅତିଥି

ଷଡ଼ଯନ୍ତ୍ରର ସୂତାଖିଅରେ

ସମ୍ପର୍କର ମର୍ମକୁ କର ଧୂଳିସାତ

ନିଜ ପ୍ରଭାବ ବିସ୍ତାର ଲାଗି

ବୁଦ୍ଧି ତୁମ୍ଭ ଷଡଯନ୍ତ୍ରରେ ଗଦ୍ ଗଦ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational