STORYMIRROR

Sanuja Meghamala

Abstract

3  

Sanuja Meghamala

Abstract

ସର୍ତ୍ତ

ସର୍ତ୍ତ

1 min
27


ଆମ ସଂପର୍କକୁ

ସାବ୍ୟସ୍ତ କରିବାକୁ

କିଛି ସର୍ତ୍ତ ଥିଲା କି?

ମୋର ତ କାହିଁ ମନେ ପଡୁନି !!

ମୋ ମନଟା ସବୁବେଳେ ସେମିତି

ତମ ଛଡ଼ା କିଛି ଭାବି ପାରେନି

ଯଦି ଥିଲା ସମ୍ପର୍କକୁ 

ମଜଭୁତ କରିବା ପାଇଁ

ହୁଏତ ମୋତେ ଥରୁଟେ

ମନେ ପକେଇ ଦେଇଥାନ୍ତ

ତାହାହେଲେ ଆମ ସମ୍ପର୍କଟା 

ଅଳିଆ ଡବା ଭିତରେ

କାଗଜ ଟୁ କୁଡାଟେ ପରି

ମୋଡ଼ି ମାଡ଼ି ହୋଇ ଆଜି

ଅଲୋଡା ଭାବେ ପଡ଼ି ରହି ନ ଥାଆନ୍ତା ।।

 

ଯାହା ସର୍ତ୍ତ ଥିଲା 

ଲିଖିତ, ଅଲିଖିତ 

ଉଭୟଙ୍କ ପାଇଁ ନା  

ଖାଲି ମୋ ପାଇଁ 

ବାରମ୍ବାର ଦେବାକୁ

ବିଶ୍ୱାସର ଅଗ୍ନିପରୀକ୍ଷା ।

ଭରସା ରେ ଯେତେବେଳେ

ଦୁଇ ପାଦ ଆଗେଇଲି

ଡେଇଁ ଗଲି ଲକ୍ଷ୍ମଣରେଖାକୁ

ଯାହା ଦିନେ ନିଜପାଇଁ

ନିଜେ ଟାଣିଥିଲି ..।

ପଛରେ ଥିବା ସବୁ ବନ୍ଧନକୁ

ଆଖିବୁଜି ଅଣଦେଖା କରି

ଉଡୁଥିଲି ପବନରେ

ଧୂଳି କଣା ଟିଏ ହୋଇ

ଧରା ଦେଇ ନ ଥିଲି

ନିଜ ପାଖେ ନିଜକୁ 

କେବଳ ତୁମ ସହ ବାନ୍ଧିବାକୁ

 ନିବିଡ଼ ଏକ ସମ୍ପର୍କର ଡୋର।

ଜଣା ନ ଥିଲା

ସମୟ ଏମିତି ବଦଳି ଯିବ,

ବିଶ୍ୱାସ ଓ ଭରସାର ସମ୍ପର୍କକୁ

ସାବ୍ୟସ୍ତ କରିବାକୁ ଯାଇ

ପାରିହେବାକୁ ପଡ଼ିବ

ଅନେକ ସର୍ତ୍ତର 

ମହସମୁଦ୍ରକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract