ସୃତି କେବେ ଫେରେ
ସୃତି କେବେ ଫେରେ
ସୃତି କେବେ ଫେରେ ବରଷା ରାତିରେ
ଭାଙ୍ଗି ସବୁ ନୀରବତା
ସୃତି କେବେ ଫେରେ ଜହ୍ନର ଉପରେ
ହସି କହିଯାଏ କଥା
ସୃତି କେବେ ଫେରେ ନୀଳ ଲଫାପାରେ
ପ୍ରୀତିର ଫରୁଆ ନେଇ
କେବେ ଖସି ପଡେ ଡ଼ାଇରୀ ଭିତରୁ
ଶୁଖିଲା ଗୋଲାପ ହୋଇ
କେବେସେ ପଚାରେ ଆଇନା ଉପରୁ
ହୋଇ ପୁରୁଣା ଟିକିଲି
କେବେ କହିଯାଏ କପତି ସ୍ୱରରେ
ହୃଦୟ କୁ ଯାଏ ଖୋଲି
କେବେ ଜଳି ଯାଏ ବଣର ନିଅଁI ରେ
କୋ ହରେ ଛାତି ଫଟାଇ
କେବେ ଫେରି ଆସେ ବସନ୍ତ ସୁବାସେ
ଶୀତଳ ପରଶ ନେଇ
କେବେ ସେ ମନ୍ଦିରେ ଦୀପ ହୋଇ ଜଳେ
ଘଣ୍ଟି ହୋଇ ବାଜୁଥାଏ
ନଦୀର କୂଳରେ ବର ଓହଳରେ
ହସି ଦୋଳିଖେଳୁ ଥାଏ