STORYMIRROR

DR PRASANTA KUMAR BISWAL

Abstract

2  

DR PRASANTA KUMAR BISWAL

Abstract

ସରସ୍ଵତୀ ବନ୍ଦନା

ସରସ୍ଵତୀ ବନ୍ଦନା

1 min
257

ଜୟ ଜୟ ସରସ୍ଵତୀ ଭଗବତୀ ବିଦ୍ୟାପତି

ମରାଳବାହିନୀ ମାଗୋ ବୀଣା ଧାରିଣୀ

ତୁହି ମା ଗୋ ପଦ୍ମଆସିନୀ

କମଳ ଲୋଚନୀ ମା ଗୋ ବିଦ୍ୟା ଦାୟିନୀ


ତୁହି ମା ଗୋ ବିଜେ କଲୁ କାଳିଦାସେ କାବ୍ୟ ହେଲୁ

ସିଦ୍ଧେଶ୍ଵର କଣ୍ଠେ ଦେଲୁ ମହାଭାରତ

ତୋ କୃପାରେ ହୋଇଲା କବି

ଗାଇଲେ ଯୁଗ ଯୁଗକୁ ରଖିଣ ଛବି


ସତ୍ଯରେ ଭଗବତୀ କଳିରେ ତୁ ସରସ୍ଵତୀ

ଦ୍ବାପର ଯୁଗରେ ମା ଗୋ ଗୋପୀଙ୍କ ଜ୍ୟୋତି

ତୋ ବିରାଜେ ମାଲୋ ହୋଇଲୁ ସୁଖୀ

ତ୍ରେତୟା ଯୁଗରେ ମା ଭାରତୀ ସାଖି


ଯୁଗେ ଯୁଗେ ଅବତରି ରହିଲୁ ହୃଦେ ସବୁରି

ତୋହରି ସନ୍ତାନ ଆମେ ଅଟୁ ସରବେ

ତୋ ଚରଣେ ମତି ରଖିବୁ ସର୍ବେ

ଗାଇବୁ ତୋହରି ନାମ ଆନନ୍ଦେ ରବେ


Rate this content
Log in

Similar oriya poem from Abstract