Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samita Swain

Fantasy

4  

Samita Swain

Fantasy

ସୃଷ୍ଟି ଦର୍ଶନ

ସୃଷ୍ଟି ଦର୍ଶନ

1 min
289



ଶ୍ରାବଣ, ଫଗୁଣ, ଆକାଶ

    ଆଉ ଇନ୍ଦ୍ରଧନୁ  

ରହିକି ପାରିବା ଆମେ 

     ଏମାନଙ୍କ ବିନୁ।।


ସାତ ସୁରେ ସପ୍ତ ରଙ୍ଗେ

     ବନ୍ଧା ଏ ଜୀବନ 

ସୂର୍ଯ୍ୟ ଚନ୍ଦ୍ର ଫୁଲ ବିନା

     ସବୁ ରଙ୍ଗ ହୀନ।।


ଦିନ ଯିବ ରାତି ହେବ

   ରାତି ପରେ ଦିନ

ସମୟ ଚକ୍ରରେ ଏହା

    ବିଧିର ବିଧାନ।।


ବିଶ୍ୱାସ ଭରିଲେ ମନେ

   ପଥର ଦେବତା

ଭଗବତ ଭକ୍ତି ଭାବେ 

    ହୁଅ ସମର୍ପିତା ।।


ସର୍ବ ଧର୍ମ ସମନ୍ବୟ 

  ରକ୍ଷାକର ଯେବେ

ସେ ଦିବ୍ଯ ମହିମା ପ୍ରାପ୍ତ 

   ହେବ ଏହି ଭବେ।।


ନାରାୟଣ ପରା ସେହି

   ନର ରୂପ ବହି 

ନର୍କରୁ ଉଦ୍ଧାର କରେ

   ଭକ୍ତ ଭାବଗ୍ରାହୀ।।


ନୁହେଁ କେହି ଆପଣାର

    କେହି ନୁହେଁ ପର

ସମାନ ସଭିଙ୍କ ସ୍ଥାନ

    ଏକା ପରିବାର।।


ସାକ୍ଷୀ ଏ ଆକାଶ ପୁଣି 

   ସାକ୍ଷୀ ତ' ସାଗର

ସୃଷ୍ଟି ର ବିଚିତ୍ର ଲୀଳା 

   ଦର୍ଶନ ଯେ ସାର।।


Rate this content
Log in

Similar oriya poem from Fantasy