Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Das

Inspirational Children

4  

Sarojini Das

Inspirational Children

ସ୍ଵର୍ଣ୍ଣ ଭାରତ

ସ୍ଵର୍ଣ୍ଣ ଭାରତ

1 min
341


ସୁନାର ଚଢେଇ ଆମର ଭାରତ ଦେଶ, 

ସେଥିପାଇଁ ବିଦେଶୀ ହୋଇଥାନ୍ତି ବଶ |

ବାଣିଜ୍ୟ ବେପାର କରିବାକୁ ଆସିଥିଲେ, 

ଧୀରେଧିରେ ଆଧିପତ୍ୟ ଜମାଇ ବସିଲେ | 

କିଛି ଧୋକେବାଜଙ୍କ ଲୋଭଲାଳସା ପାଇଁ ,

ଇଂରେଜ ଶାସନ କାଲେ ତାଙ୍କ ସାହାଜ୍ୟ ପାଇ |

ସେ ସମୟରେ ଦେଶବାସୀ ଯାହା ଭୋଗିଛନ୍ତି , 

ପଢିଲେ ହୃଦୟ ଦୂଖରେ ବିଦାରି ହେଉଛି |

ଦେଶପ୍ରେମୀମାନେ ମାତାର ସ୍ଵାଧୀନତା ପାଇଁ ,

ଲଢିଯାଇଛନ୍ତି ନିଜର ପ୍ରାଣକୁ ଆହୁତି ଦେଇ |

ମରଣକୁ ଭୟ ନ କରି ଲଢିଛନ୍ତି ଆଉ ଲଢୁଛନ୍ତି , 

ଧନ୍ୟସେ ମାତାପିତା ଏପରି ସନ୍ତାନଙ୍କୁ ଜନ୍ମ ଦେଉଛନ୍ତି |

ଦେଶର ସୀମାନ୍ତରେ ହେଉ କି ବାହାରେ ହେଉ ,

ଶହୀଦ ହୁଅନ୍ତି ଦେଶପାଇଁ ପ୍ରାଣ ପଛକେ ଯାଉ |

ଏବେ ବି ଦେଶପ୍ରେମୀଙ୍କର ଅଭାବ ନାହିଁ ,

ଦିନରାତି ଲଢୁଛନ୍ତି ଦେଶ ସୀମାରେ ରହି |

ସେମାନଙ୍କ ହୃଦୟରେ ଥାନ୍ତି ଭାରତମାତା ,

ପୂଜା କରନ୍ତି ସେମାନେ ଭାବି ନିଜ ପିତାମାତା |

ଏମିତି କେତେ ସଂଗ୍ରାମୀ ଦେଶ ପାଇଁ ଲଢିଥିଲେ,

ଯାହାଙ୍କ କାହାଣୀ ସବୁ ଅକୁହା ହୋଇ ରହିଗଲେ |

ସେମାନଙ୍କ ଗୌରବଗାଥା ଲେଖିବାକୁ ଭାଷା ନାହିଁ ,

ସ୍ଵାଧୀନ ସଂଗ୍ରାମୀଙ୍କୁ ପ୍ରଣାମ କରୁଛୁ ମୁଣ୍ଡ ନୂଆଇଁ |

 


Rate this content
Log in

Similar oriya poem from Inspirational