STORYMIRROR

Sarojini Das

Others

3  

Sarojini Das

Others

ଜୟ ମା ଦୂର୍ଗା

ଜୟ ମା ଦୂର୍ଗା

1 min
191

ମା ଆସୁଛି ମା ଆସୁଛି 

    ଚାରିଆଡେ ପଡେ ହୁରି 

ଚଟକ ପରି ଚାହିଁ ରହିଥିଲୁ 

      ଦୁର୍ଗାପୁଜର ଲହରୀ ।


ଶାରଦୀୟ ଉସ୍ଚବ ପାଳିତ ହୋଇବ

      ଚାରିଆଡେ ଭକ୍ତଙ୍କ ଭିଡ 

ଗାଁ ଓ ସହର ସୁଶୋଭିତ କେତେ 

      କମନୀୟ ଦେବୀଙ୍କ ମେଢ ।


ମହିଷମର୍ଦିନୀ ମା ଜଗତଜନନୀ

       ଦଶଭୁଜା ଦେବୀ ଅସ୍ତ୍ରଧାରୀ 

ସେ ରୂପରେ ଶୋଡ ରୂପ ସମାହିତ 

       ଶାକ୍ତିପୀଠରେ ପୂଜାକରି ।


ସେ ଶକ୍ତିରୁ ମା ଭରିଦିଅ ମା

        ସବୁ ନାରୀଙ୍କ ଭିତରେ 

ଅତ୍ୟାଚାରୀ ରୂପୀ ଅସୁରମାନଙ୍କୁ 

         ଯେପରି ଦମନ କରିପାରେ ।


ପେଣ୍ଡାଲରେ ତୁମେ ପୂଜା ପାଉଅଛ

            ଶଙ୍ଖଘଣ୍ଟା ହୁଳହୁଳି 

କେଉଁଠି ସେ ନିର୍ଜ୍ଯାତୀତ ହେଉଥିବ 

         ସାମାନ୍ଯ ନାରୀଟିଏ ବୋଲି ।


ହାତ ଯୋଡି ମା କରୁଅଛି ଅଳି

           ସନ୍ତାନଙ୍କୁ ଦିଅ ସଦ୍ଜ୍ଞାନ 

ମା ,ଭଉଣୀ ,ଜୟା ,ସଂଗିନୀ 

              ସବୁରୁପକୁ ଦେଉ ସମ୍ମାନ ।


Rate this content
Log in