STORYMIRROR

Sarojini Das

Inspirational

3  

Sarojini Das

Inspirational

ଚମତ୍କାର ସୃଜନ

ଚମତ୍କାର ସୃଜନ

1 min
10

ନାରୀ ଜଗତରେ କିଏ ପରାଜିତା ତ କିଏ ଅପରାଜିତା

          ହେଲେ ନିଜ ପାଇଁ ସେ ଅପରାଜିତା 

ଅତୀତକାଳରେ ଝିଅମାନଙ୍କୁ ବୋଝ ବୋଲି ଭାବୁଥିଲେ 

         ଆଉ କେ ଲକ୍ଷ୍ମୀ ପାଇ ଖୁସି ହେଉଥିଲେ 

ଯାନିଯୌତୁକରେ ଚାପରେ ପିତା କାଙ୍ଗାଳ ହେଉଥିଲେ 

       ପ୍ରଥା ପୀଡନରେ ଝିଅ ଆତ୍ମହତ୍ୟା କରୁଥିଲେ

ଏବେ ମଧ୍ୟ ଝିଅର ବୋଝ ନଳିତା ବିଡାପରି କିଏ ଭାବୁଛି 

            ପୁଅ ନ ହେଲେ ପତ୍ନୀକୁ ଦାୟୀ କରୁଛି

ଦିନେ ନା ଦିନେ ବିଭା ହୋଇ ପରଘରକୁ ଯିବାକୁ ହେବ

       ହେଲେ ପିତାର ବଂଶକୁ କିଏ ଆଗକୁ ନେବ ? 

ଧୀରେ ଧୀରେ ଲୋକଙ୍କ ମାନସିକ ସ୍ତର ବଦଳିବାକୁ ଲାଗିଛି 

          ନାରୀଜାତି ପ୍ରଗତି ପଥେ ଆଗେଇ ଚାଲିଛି

କେତେ ସଂଘର୍ଷ କରି ଜୀବନରେ ସଫଳ ଲାଭ କରିଛନ୍ତି 

           ନିଜର ସ୍ଵପ୍ନକୁ ପୂରଣ କରି ଅପରାଜିତା

କିଛି ନାରୀ ଗୃହସ୍ଥ ମଧ୍ୟରେ ନିଜ ସ୍ଵପ୍ନକୁ ଜଳାଞ୍ଜଳି ଦେଇ 

              ପରାଜିତ ହୋଇ ମଧ୍ୟ ଅପରାଜିତା 

ଏବେକାର ନାରୀ ଆଗେଇ ଚାଲିଛି ସବୁ କ୍ଷେତ୍ରରେ 

             ଇତିହାସ ରଚୁଛି ନିଜ କଲମରେ 

ହେଲେ ଯିଏ ପହଞ୍ଚି ପାରୁନାହାନ୍ତି ସେ ସୋପାନରେ 

            ତାଙ୍କୁ ବି ଗଣିଦେବା ଅପରାଜିତାରେ ।


 



Rate this content
Log in

Similar oriya poem from Inspirational