STORYMIRROR

Sarojini Das

Others

3  

Sarojini Das

Others

ଅଦ୍ଭୁତ ବନ୍ଧନ

ଅଦ୍ଭୁତ ବନ୍ଧନ

1 min
144


ରକ୍ତର ସମ୍ପର୍କ ନା ପରିବାରରେ ସୀମିତ,

          ଏ ତ ହୃଦୟର ସ୍ବଚ୍ଛତା 

ଏମିତି କୌଣସି ଯନ୍ତ୍ର ନାହିଁ ଦୁନିଆରେ ,

           ମାପିବାକୁ ଗଭୀରତା |  

ସଖା ଜାଣିପାରେ ସଖା ମନକଥା ,

        ବୀନା ବାର୍ତ୍ତାଆଳାପରେ

ଦରକାର ହେଲେ ସଖା ପାଇଁ ସେ ,

       ଜୀବନ ବି ଦେଇପାରେ |

ସ୍ନେହ,ପ୍ରେମ,ବିଶ୍ବାସ ର ସୂତାରେ ,

       ବନ୍ଧନର ଡୋରୀ ହୁଏ  

ରାଗ ,ଅଂହକାର ମିଶିଗଲେ ଥରେ ,

        ସହଜରେ ଛିଡିଯାଏ |

ଜଣାଅଜଣାରେ କିଛି ଭୁଲ ହୋଇଗଲେ ,

         ଶାନ୍ତିରେ ବିଚାର କର 

କଥାବାର୍ତ୍ତା କଲେ ଭୁଲ ବୁଝାବଣା , 

          ହୋଇଥାଏ ସୁଧାର | 

କୃଷ୍ଣ ସୁଦାମ ପରି ଉଦାହରଣ , 

        ମିଳେନାହିଁ ଦେଖିବାକୁ 

ଛନ୍ଦକପଟ ନା ଧନୀଗରିବ ,

          ରହିଛି କାଳକାଳକୁ |


  




Rate this content
Log in