STORYMIRROR

Sarojini Das

Classics

3  

Sarojini Das

Classics

ରଙ୍ଗର ମିଶ୍ରଣ

ରଙ୍ଗର ମିଶ୍ରଣ

1 min
160

ଅତି ସୁନ୍ଦର ଆମ ଭାରତ ମାତା

         ଲାଗେ ଅପ୍ସରା ପରି

ନଦୀ ,ନାଳ , ଝରଣା ,ପାହାଡ ପର୍ବତ 

        ଗାଁ ଗଣ୍ଡାରେ ଅଛି ଭରି।

ନାନା ପ୍ରକାରର ଫସଲ ଚାଷ ହୁଏ 

      ସବୁ ରଙ୍ଗର ଫୁଲଫଳ

ସେ ରଙ୍ଗରେ ମାତା ଝଲସି ଉଠେ 

      ଦେଖି ହେଉ କୌତୁହଳ।

ସବୁ ଶସ୍ୟର ବିଲକୁ ଦେଖିଲେ ଲାଗେ 

     ସବୁଜ ରଙ୍ଗ କିଏ ବିଞ୍ଚି ଦେଇଛି 

ପାଚି ଆସିଲେ ଏମିତି ଲାଗେ 

     ସୁନେଲି କିରଣ ଛିଟିକି ପଡିଛି ।

କେଉଁଠି ମରୁଭୂମି ତ କେଉଁଠି ଘନ ଜଙ୍ଗଲ

      ସେଥିରେ ପୁଣି ସମୁଦ୍ରର ଗର୍ଜନ 

ଜୀବଜନ୍ତୁ ଆଉ ପକ୍ଷୀମାନଙ୍କର ରଙ୍ଗରୁପ 

       ଦେଖିଲେ ଖୁସି ହୁଏ ମନ ।

ଧନ୍ଯ ସେ ପ୍ରକୃତି ଯାହା ପାଇଁ ଆମେ

    ପାଇଛୁ ଦେଶ ଭାରତମାତା

 ଦେଶବାସୀ ମିଶି ପ୍ରଣାମ କରୁଛୁ     

  ଭୂମିରେ ଲଗାଇ ଆମରି ମଥା  ।

             



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics