STORYMIRROR

Sarojini Das

Others

4  

Sarojini Das

Others

ଜ୍ଞାନର ଆଲୋକ

ଜ୍ଞାନର ଆଲୋକ

1 min
318

ଆମ ଆନନ୍ଦରର ପର୍ବ ଦୀପାବଳି ,

ପାଳୁଥାଉ ଆମେ ସମସ୍ତେ ମିଳି |


ସାଙ୍ଗସାଥି ଆଉ ପ୍ରିୟପରିଜନ ,

ସମସ୍ତଙ୍କୁ ଜଣାଉ ଅଭିନନ୍ଦନ |


ଘରବାହାରେ ଦୀପ ଜଳୁଥାଏ ,

ମୁରୁଜ ପକାଇ ଦୁଆର ସଜାଯାଏ |


ସଭିଙ୍କୁ ମିଠା ପରି ଖୁସି ବାଣ୍ଟିଦେବା ,

ସ ଖୁସିରେ ଆମେ ଝୁମିବା ଗାଇବା |


ପରିବେଶ ଆମେ ସୁସ୍ଥ ରଖିପାରିବା, 

ସବୁଜ ଦୀପାବଳି ଆମେ ମନାଇବା |


ଅନ୍ତର ଭିତରେ ଯେତେ ଅନ୍ଧକାର ,

ଜ୍ଞାନ ଆଲୋକରେ କରିଦେବା ଦୂର |

 

ଆଲୋକର ମାଳ ଚାରିଆଡେ ଥାଏ,

ଘନ ଅନ୍ଧକାର ଅପସାରିତ ଯାଏ |


ପୟାଶ୍ରାଦ୍ଧ ପଡେ ଏହି ଦିନରେ,

ବଡବଡିଆଙ୍କୁ ଡାକୁ ଶ୍ରଦ୍ଧାରେ |


ମା କାଳୀଦେବୀଙ୍କୁ ପୁଜୁ ଏ ଦିନ ,

ସଭିଙ୍କର ସେ କରନ୍ତୁ କଲ୍ଯାଣ |


ରବଣଙ୍କୁ ମାରି ରାମ ଫେରିଥିଲେ, 

ଅଯୋଧ୍ୟାବାସୀ ଦୀପ ଜାଳିଥିଲେ |

  

ରାମ ଓ ରାବଣ ଆମ ମଧ୍ୟେ ଅଛି, 

କେଉଁ ରାସ୍ତା ଯିବ ମନ ବାଛୁଅଛି |


ରାମରଜ୍ୟ ପରି ଅନୁଭବ କରିବା ,

ପ୍ରଭୁଙ୍କୁ ସୁମାରି ଦୀପ ଜଳାଇବା | 


ମା ଲକ୍ଷ୍ମୀଙ୍କୁ ଡାକିବା ଭକ୍ତିରେ ,

ସର୍ବେ ଭବନ୍ତୁ ସୁଖୀନ ଭାବରେ |



Rate this content
Log in