ରକ୍ଷା କବଚ
ରକ୍ଷା କବଚ
ରାକ୍ଷୀ ସହିତ ପଠାଉଛି ଚିଠି ,
ପଢିବ ମନ ଦେଇ
ଭଉଣୀକୁ ଅନାଦର କରିବନି ,
କହୁଛି ରାଣ ପକାଇ ।
ଦୂରରେ ରହିଲେ କଣ ହେଲା ,
ଭାଇ ତ ମୋର ଅଛି
ବ୍ୟସ୍ତତା ଭିତରେ ରହିଲେ ବି ,
ଏ ମନ କେତେ ଖୋଜୁଛି ।
ସବୁ ବିପଦରୁ ରକ୍ଷା କରିବ ,
ଏତିକି କରୁଛି ଆଶା
ରକ୍ଷାବନ୍ଧନର ପବିତ୍ର ସମ୍ପର୍କ ,
ତୁଟାଇବନି ଭରସା ।
ଶୁଭଦ୍ରାଙ୍କର ସୁରକ୍ଷା ପାଇଁ ,
ଦୁଇପଟେ ଦୁଇ ଭାଇ
ବରଶକେ ଥରେ ବୁଲି ଯାନ୍ତି,
ସାଙ୍ଗହୋଇ ଭଉଣୀଭାଇ ।
ଝଗଡା କରୁଥିଲି ଉପହାର ପାଇଁ ,
ଏବେ ବି ମନେ ପଡୁଛି
ପରିବାର ସହିତ ଭଲରେ ଥାଅ ,
ଏତିକି କାମନା କରୁଛି ।
