STORYMIRROR

Bijay Prusty

Romance

3  

Bijay Prusty

Romance

ସରମୀ ଫଗୁଣ ପ୍ରୀତି

ସରମୀ ଫଗୁଣ ପ୍ରୀତି

1 min
173


ତୁମ ନୀଳଶାଢୀ ପଣତରେ ସଖୀ

ନଈ ପୋଛିହୁଏ ମୁହଁ

ସରମରେ ଜହ୍ନ ମୁହଁ ଲୁଚାଦିଏ

ଆକାଶ ଘୋଡାଏ ଦେହ I

ତୁମରି ମନର ଖେଲା ଅଗଣାରେ

ଦେଖିଛି ମୁଁ କେତେ ରାତି

ନୀଡହରା ଏକ ପକ୍ଷୀଟେ ମୁଁ ସଖୀ

ଝରା ଶେଫାଳୀର ପ୍ରୀତି I

ସାଗର କୂଳରେ ଦେଖିଥିଲି ଦିନେ

ଫୁଲେଇ ଫଗୁଣ ମନ

ଫୁଲର ରଙ୍ଗରେ ରଙ୍ଗାଇଲି ଦେହ

ଆକାଶେ ଦିଶିିଲା ଜହ୍ନ I

ତୁମରି ଛୁଆଁରେ ହସି ଉଠିଥିଲା

ଜ୍ୟୋତ୍ସ୍ନାଭିଜା ମଧୁରାତି

ହଜି ଯାଇଥିଲା ଲୁହର ଲହଡି

ଆଖି ଢାଳିଦେଲା ପ୍ରୀତି I

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance