ସରମୀ ଫଗୁଣ ପ୍ରୀତି
ସରମୀ ଫଗୁଣ ପ୍ରୀତି
ତୁମ ନୀଳଶାଢୀ ପଣତରେ ସଖୀ
ନଈ ପୋଛିହୁଏ ମୁହଁ
ସରମରେ ଜହ୍ନ ମୁହଁ ଲୁଚାଦିଏ
ଆକାଶ ଘୋଡାଏ ଦେହ I
ତୁମରି ମନର ଖେଲା ଅଗଣାରେ
ଦେଖିଛି ମୁଁ କେତେ ରାତି
ନୀଡହରା ଏକ ପକ୍ଷୀଟେ ମୁଁ ସଖୀ
ଝରା ଶେଫାଳୀର ପ୍ରୀତି I
ସାଗର କୂଳରେ ଦେଖିଥିଲି ଦିନେ
ଫୁଲେଇ ଫଗୁଣ ମନ
ଫୁଲର ରଙ୍ଗରେ ରଙ୍ଗାଇଲି ଦେହ
ଆକାଶେ ଦିଶିିଲା ଜହ୍ନ I
ତୁମରି ଛୁଆଁରେ ହସି ଉଠିଥିଲା
ଜ୍ୟୋତ୍ସ୍ନାଭିଜା ମଧୁରାତି
ହଜି ଯାଇଥିଲା ଲୁହର ଲହଡି
ଆଖି ଢାଳିଦେଲା ପ୍ରୀତି I

