ସରମେ ଝାଉଁଳି ଯାଉଛି ମୋ ମୁହଁ
ସରମେ ଝାଉଁଳି ଯାଉଛି ମୋ ମୁହଁ
ସରମେ ଝାଉଁଳି ଯାଉଛି ମୋ ମୁହଁ
ତୁମେ ଥାଉଁ ଲଷ୍ମୀପତି.
ପତିତପାବନେ କଳଙ୍କ ଲାଗୁଛି
ମନରେ ନାହିଁ ତୋ ଭିତି l
ତୁଣ୍ଡେ କହୁଥିଲି ଚାରିଆଡେ ବୁଲି
ଏହି ମୋ ବଡ଼ ଠାକୁର.
ଡାକି ଦେଲେ ଥରେ ନାମ ଧରି ତାରେ
ସିଏ ହୁଅଇ ତାହାର.
ସବୁ ଦୁଃଖ ସୁଖ ଆଦରି ଶ୍ରୀ ମୁଖ
ପାଦେ ଶରଣ ଦିଅନ୍ତି. ।
ମୋ କୁହା କଥାଟି ମୋର ତୁଣ୍ଡେ ଥାଉ
ନିଜକୁ ନିଜେ ସମ୍ଭାଳ.
କେହି ଯିବେ ନାହିଁ ଭକତେ ଗୋସାଇଁ
ଚାଁହୁଥିବୁ ତୁ ବିକଳେ.
ତୋର ଏ ବିକଳ ଦେଖି ଆଦିମୂଳ
ଭୟରେ ଥରୁଛି ଛାତି. l
ରୀତି ନିତି ତଵ ଯଥା ଵିଧି ହେବ
ହେବ ଷାଠିଏ ପଉଟି.
ଚାରି ଦ୍ୱାର କିଳି ମାଆ ଦେବେ ବାଢି
ପକାଇ ଆସନ ପଟି.
ତୋର ପାଇଁ ନିତି ଷାଠିଏ ପଉଟି
ଭକତେ ଉପାସ ନିତି. l
ରକ୍ତ ମାଂସେ ପରା ଏ ମୋର ଶରୀର
ଦେହ ମୋର ସହୁ ନାହିଁ.
ନିଦା ଲିମ୍ବକାଠେ ଗଢ଼ା ତୋ ଦେହଟି
ତୋତେ ଯେ ବାଧିବ ନାହିଁ.
କରିଦେ ମୋତେ ଜଡ ତୋର ହାତେ
ଶୁଣିବିନି ନିନ୍ଦା ଗୀତି. l
