STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ସରଳ ମଣିଷତ୍ୱ ଜୀବନ

ସରଳ ମଣିଷତ୍ୱ ଜୀବନ

1 min
263


ଆଖ୍ୟା-'ମାନସିକ ଅବସାଦ 

  ଶରୀର ପାଇଁ ନୁହେଁ ପୁଷ୍ଟ 


ମାନବର ହୁଏ ବିକାଶ, ମନେ

ରଖ, ସୁସ୍ଥ ହେଲେ ପରିବାର

ପରିବାରର ବିକାଶରେ, କଲ୍ୟାଣ

ଯେ ହୁଏ, କୌଣସି ସମାଜର


ସମାଜର ସୁସ୍ଥତାରେ ତ ବିକାଶ

ହୁଏ ସରବ ଦେଶର

ଦେଶ ମାନଙ୍କର ଉନ୍ନତିରେ ଯାଇଁ

ସାର୍ଥକତା ହୁଏ ବିଶ୍ୱର


ଜୀବନ କାହାର ନହୁଏ କେବେ ଶାନ୍ତି,

ବିଶ୍ୱରେ ନଥିଲେ ଶାନ୍ତି 

ଛଳନାର ଯତୁଗୃହେ କେହି କେବେ

ଦଣ୍ଡେ ରହିବାକୁ ନଚାହଁନ୍ତି

 

ଯୁଗେ ଯୁଗେ ବିଶ୍ୱରେ ମାନବ ଜନ୍ମ 

ଅଟେ ତ ବହୁ ମୁଲ୍ୟବାନ

ମାନବୀୟ ଗୁଣ କର୍ମ ତ୍ୟାଗ କରି

ନ କରିବା ତାହାର ହେୟ ଜ୍ଞାନ


ସ୍ବାର୍ଥ ସିଦ୍ଧି ପାଇଁ ପ୍ରବଞ୍ଚନାରେ 

ସର୍ବ ସମ୍ପର୍କ ଛିଣ୍ଡି ଯାଏ

ସତ୍ୟ ଧର୍ମର ଆଶ୍ରୟରେ ମଣିଷକୁ

ଉର୍ଦ୍ଧ୍ବ ସ୍ଥାନରେ ଠିଆ କରାଏ


ସଂକୀର୍ଣତା ଧର୍ମାନ୍ଧତା ଉଗ୍ରବାଦର 

ପ୍ରଭାବିତ ମଣିଷ ଭୁଲ୍ ନିଷ୍ପତ୍ତି ନିଅଇ

ପରସ୍ପର ଉତ୍ତମ ବୁଝାମଣା ଦ୍ୱାରା 

ବିଶ୍ୱରେ ଶାନ୍ତିର ଧାରା ଖେଳଇ


ନିଷ୍ଠାପର ପରିଶ୍ରମେ, ଶୋଷଣ ଭାବନା 

ଛାଡିଲେ, ପ୍ରତିଷ୍ଠା ହୁଏ ବିବେକ

ଏହି ଭାବରେ ମଣିଷ ଯୋଗ୍ୟ ବିବେଚିତ 

ହୁଏ, ଏହା ବିଦିତ ତ୍ରିଲୋକଯାକ


ସର୍ବଶ୍ରେଷ୍ଠ ଜୀବ ହୋଇ ଶତ୍ରୁ ମିତ୍ର ଅବା 

ନିଜ ପର ହିଂସା ଈର୍ଷା ଲୋଭ କଥା

ପରଶ୍ରୀକାତରତା ପରିବେଶ ବିଷରେ ଭରି 

ହେଲେ, ମନରେ ଆଣେ ବହୁ ବ୍ୟଥା


ମନ ହେଲେ ବିଷାଦ ଗ୍ରସ୍ତ, ଭାବନାରେ 

ମଶିଷ ହୋଇଯାଏ ମୂଢ ଆଉ ତ୍ରସ୍ତ    

ସୁସ୍ଥତା ନୁହେଁ ବାହ୍ଯ ପରିଦୃଷ୍ଟ, ମାନସିକ 

ଅବସାଦ ଶରୀର ପାଇଁ ନୁହେଁ ପୁଷ୍ଟ 


ସରଳ ମଣିଷତ୍ୱ ଜୀବନ ରଖେ ମାନବକୁ

ବିଶ୍ୱରେ କାଳ କାଳ ପାଇଁ ଜୀବିତ 

ବିବେକପୂର୍ଣ ହୃଦୟରେ, ସୁସ୍ଥ ସମାଜର 

ଗଠନରେ ହେବା ସରବେ ଧାବିତ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational