STORYMIRROR

Bijoy Jena

Action Inspirational Others

3  

Bijoy Jena

Action Inspirational Others

ସରଳ ଚିତ୍ତ ଆତ୍ମା

ସରଳ ଚିତ୍ତ ଆତ୍ମା

1 min
188


ମୁଁ ଏତିକି ଜାଣିଛି

ସରଳ ଚିତ୍ତ ଆତ୍ମା ଅନ୍ୟକୁ ମଧ୍ୟ

ସରଳ ଚିତ୍ତ କରାଇଥାଏ...

ସରଳ ଚିତ୍ତ ଆତ୍ମା ଯାହା ଦେଖେ

ତହିଁ ମଧ୍ୟରୁ କେବଳ ସାରାଂଶ ହିଁ ଗ୍ରହଣ କରେ

ଅର୍ଥାତ୍ ସରଳ ମନ ବୁଦ୍ଧି ସମ୍ପନ୍ନ ଆତ୍ମା

ପ୍ରତ୍ୟେକ ଗୁଣ ଓ କଳାକୁ ସହଜରେ ଶିଖିପାରେ...

ଜ୍ଞାନର ଗଭୀରତା ସହ ବିଚାରରେ ବାଳ

ସୁଲଭ ସରଳତା ଆବଶ୍ୟକ

ସଫଳତା ସେହି ବ୍ୟକ୍ତି ପାଏ

ଯାହାର ସରଳତା ଓ ସହନଶୀଳତା

ଗୁଣ ରହିଥାଏ....

ସହନଶୀଳ 

ମଣିଷଟିଏ ଏକ କଠୋର ସଂସ୍କାର ଯୁକ୍ତ ଆତ୍ମାକୁ ଶୀତଳ କରି ଦିଏ

ଯଦ୍ୱାରା କଠିନ କାର୍ଯ୍ୟ ସହଜ ହୋଇଥାଏ

ହେ ଦିବ୍ୟ ଆତ୍ମନ୍

ସରଳ ହୁଅ

ପ୍ରଭୁକୃପା ଲାଭ କର

ଅଭ୍ୟାସ କରିବାକୁ ପଡ଼ିବ

ସରଳ ଚିତ୍ତ ଆତ୍ମା ସମସ୍ତଙ୍କର

ସହଯୋଗ ପ୍ରାପ୍ତ କରିଥାଏ

ସରଳତା ବ୍ୟବହାରରେ ଶାନ୍ତି ଓ ମଧୁରତା

ଆଣିଥାଏ

ସରଳତାର ଅଭିବ୍ୟକ୍ତିର ଦୃଷ୍ଟି, ବାଣୀ ତଥା

ବ୍ୟବହାରରେ ପ୍ରତ୍ୟକ୍ଷ ହୋଇଥାଏ

ମନେରଖିବା ଉଚିତ ଯେ ସରଳ ବୃତ୍ତି ଓ ସରଳ ସ୍ଵଭାବ ଧାରଣ ପୂର୍ବକ

ସର୍ବଶକ୍ତି ସମ୍ପନ୍ନ ଓ ମହାନ ହେବାକୁ ପଡ଼ିବ

ସରଳତା ହିଁ ମହାନତା

ଏହା ହେଉଛି ଇଶ୍ଵରୀୟ ସନ୍ଦେଶ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action