ସୃଜନୀ ସହରେ ନିମନ୍ତ୍ରଣ
ସୃଜନୀ ସହରେ ନିମନ୍ତ୍ରଣ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟେ
କରୁ ଏକ ଛୋଟ ଜଣାଣ,
ସୁସ୍ଥ ରହୁ ସ୍ୱାସ୍ଥ୍ୟ ତୁମ ଶାନ୍ତ ରହୁ
ତୁମ ଆତ୍ମଚିନ୍ତନ ।
ଶିକ୍ଷିତ ହେଉ ପରିସଂସ୍ଥା ତୁମ
ସୃଜନଶୀଳ ହେଉ ଏ ସମାଜର ଜନ,
ଉତ୍ସୁକତା ରହୁ ଦୁଆତ ମୁନେ ଓ
ପ୍ରସ୍ଫୁଟିତ ହେଉ ପ୍ରତିଭା ପଦ୍ମ।
ସୂର୍ଯୋଦୟ ର ସାହିତ୍ୟ ଆକାଶେ
ପ୍ରକାଶ ହେଉ ତୁମ କବିତ୍ୱ ଗୁଣ,
ବାଦଲ ଧାରନ୍ତୁ ସକରାତ୍ମକ ଚିନ୍ତା କୁ
ଇନ୍ଦ୍ରଧନୁ ହେଉ ପ୍ରେମର ରଙ୍ଗ।
ଋତୁ ଅନୁଯାୟୀ ସାହିତ୍ୟ ଗଗନେ
ପରିବର୍ତ୍ତିତ କର ଲେଖନୀ ଭାବ ,
ଅନୁଭୁତି ସାଜୁ ଅଝାଲ ଜାଲ ଟେ
ଶବଦ ସଜନ୍ତୁ ସମୀରର ରୂପ।
ନିଜ ଉତ୍ସୁକତା,ଅଭିଳାଷ ଆଜି
ପକ୍ଷ ରୂପେ କରେ ଦିଗ ନିର୍ଣ୍ଣିତ
ସୂର୍ଯ୍ୟୋଦୟ ର ସାହିତ୍ୟ ଗଗନ
ପ୍ରତିଭା କୁ ତୁମ କରେ ସମ୍ମାନ
କଲମ ମୁନ ଓ ଜ୍ଞାନର ଜାହାଜେ
ଉଡ଼ିବାକୁ ଥିବା ଆଗ୍ରହୀ ମନ
ବିନମ୍ର ବିନତୀ, ଶୁଭାଭିନନ୍ଦନ
କର ଯୋଡ଼ି କରୁ ତୁମ୍ଭ ସମ୍ମାନ।
ଯୋଡି ରୁହ ସଦା ଉତ୍-ଫୁଲ୍ଲିତ ମନେ
ସ୍ଥିର ରଖିଥାଅ ନିଜ ଚିନ୍ତନ
କିଛି ପ୍ରତିଯୋଗୀ ପ୍ରତିଯୋଗିତା ମାଧ୍ୟମେ
ଆମ୍ଭେ ସାଜିବା ସାହିତ୍ୟ ର ପ୍ରେମ।
