STORYMIRROR

pratap nayak

Tragedy

2  

pratap nayak

Tragedy

ସର୍ଜନା

ସର୍ଜନା

1 min
13.3K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଲିଭେଇଦେଲି ତୁମେ ଦେଇଥିବା ଚିହ୍ନ

ମୋ ମଥାରେ

ଖସେଇ ଦେଲି ବି ଓଢଣୀ ଯାହା ଦେଇଥିଲି

ତୁମରି ସକାଶେ

ପାଣି ମାରି ପୋଛିଦେଲି ତୁମ ଓଠ ଚିହ୍ନ

ମୋ'ରି ଓଠରୁ

ତୁମ ପାଣିକାଚ ଓହ୍ଲେଇଲି

ତା ସହିତ ନାଲି ଶଂଖା ଦିପଟ

କାହିଁକି ରହିବ ମୋ'ରି ହାତରେ


ପାଉଁଜି ସାଂଗରେ ପାଦ ଝୁଂଟିଆ

କାଢିକି ଥୋଇଲି

ତମେ କାଳେ ଆସିବ

ଫେରେଇ ନବାକୁ ନାକର ବସଣୀ !

ପାଉଁନି ସତ କହୁଛି

ଶୁଣିଲା ବେଳରୁ ତୁମ କଥା

ଟଣା ଘୋଷରାରେ ହଜିଛି କୋଉଠି ?


କାନରେ ତ ଥିଲା ନଡିଆ ପିଞ୍ଛ

ଆଉ ବେକରେ କଳା ସୂତା

ସେତକ ରଖିଛି ଦେହରେ

କା ନଜର ପଡିନି ସେଥିରେ

କଣ ଶୁଣିଲି ??


ତମ ଦେଖେଇ ହବା ପାଲିଙ୍କି

ଆମ ଘରକୁ ନଆସି ରହିଗଲା

ଆରସାହି ଜମିଦାର ଘର ଚଉପାଢୀରେ


ମୋତେ ଲଚେଇକି ସବାରୀରେ

ଏଇଠି ଛାଡିଛ ଯୋଉଠି ମୋ ବିତିଥିଲା ପିଲାବେଳ


ସତକହୁଛି ସବୁ ସିନା ତୁମକୁ ମୁଁ ଫେରେଇଦେଲି

ପିନ୍ଧିବ ମୋ ସାନଭଉଣୀ ଜମିଦାର ଝିଅ


ହେଲେ ଯେଉଁ ଲୁହକୁ ତୁମେ ବହାଇ ଦେଉ ନଥିଲ

ପୋଛିବାକୁ ତୁମେ ନାହଁ ବୋଲି

ଛାତିରେ ଛାତିଏ ରଖିସାରିଲିଣି

ନାରୀ ଲୁହରେ ଲଂକା ନପୋଡୁ

ମୋ ରାମ ପଛେ ମତେ ଛାଡିଦଉ !


ହେଲେ ତମେ ସର୍ଜିଥିବା

ମୋ ଅନ୍ତରେ ବଢୁଥିବା ତୁମ ସର୍ଜନା


କୁହ ତାକୁ କାହାକୁ ମୁଁ ଦେବି ?

ଅାସିଲେ ଧରାକୁ କାହା ନାମ ଦେବି ?

ହେତୁ ହେଲେ ତାର

କି ଉତ୍ତର ଦେବି ମୁଁ ତା ଦରୋଟି ମୁହଁରେ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy