Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sriman Bapu

Romance Fantasy Inspirational

3  

Sriman Bapu

Romance Fantasy Inspirational

ସରିତ ସୁଅରେ

ସରିତ ସୁଅରେ

1 min
59



 

ଅହଂକାର ତ ଏବେଠୁ ଆମକୁ 

ମାଡ଼ି ବସିଲାଣି 

ଏଇଟି କ'ଣ ପ୍ରସ୍ତୁତି ପର୍ବ ?


ମୁଁ ତ ଏତିକି ଜାଣେ ,

ସ୍ୱପ୍ନସବୁ ସତ ହେବାର 

ଯେଉଁ ଲକ୍ଷଣମାନ ଦେଖିପାରୁଛି 

ସେସବୁ କେବଳ ଭ୍ରାନ୍ତ ଧାରଣା ମୋର । 


ସତ ତ ଏଇଆ ,

ତୁମ ଅପେକ୍ଷାରେ ଜଗି ବସିଛି ମୁଁ 

କାହିଁ କେଉଁ କାଳରୁ 

ଆଜି ତୁମେ ଏତେ ପାଖରେ 

ତଥାପି ଲାଗ ଅପହଞ୍ଚ ଭଳି । 


କାଲି ନିଶ୍ଚୟ ଆସିବ , 

ତୁମକୁ ଆସିବାକୁ ହେବ 

ଏଇଟି ଆକାଂକ୍ଷା କି ବିଶ୍ୱାସ ?


ରାତି ପାହିଲା ପରେ 

କାଲିର ସୂର୍ଯ୍ୟୋଦୟ ପୂର୍ବରୁ 

ସବୁ ପରିଷ୍କାର ହୋଇଯିବ । 


ତୁମେ ଏବେ ଶୋଇଯାଇଥିବ 

ମୋତେ ବି ଶୋଇଯିବାକୁ ହେବ କାଲିପାଇଁ

ନୂଆ କିଛି ଫୁଟିବାର ବାସିବାର ସ୍ୱପ୍ନନେଇ

ଆଉ ତୁମ ସ୍ପର୍ଶର ଅଭୀକ ଅଭିପ୍ସା ମନାସି । 


ଚାଲିଆସ , ପଶିଆସ 

ପଡ଼ି ରହିଥିବା‌ ସବୁ ଅଫୁଟା 

କଢ଼କୁ ଫୁଟାଇଦେଇ ଯାଅ  

ଆଉ ଭସାଇ ନିଅ ସାଥିରେ

ମୋର ସବୁ ଅପାରଗତାକୁ 

ସେହି ସରହସ୍ଯ ସରିତ ସୁଅରେ ।


Rate this content
Log in

Similar oriya poem from Romance