STORYMIRROR

Bijoy Jena

Classics Inspirational Children

4  

Bijoy Jena

Classics Inspirational Children

ସରିଗଲା ପିଲାଦିନ

ସରିଗଲା ପିଲାଦିନ

1 min
445

ସରିଗଲା ପିଲାଦିନ ବଉଳ ଲୋ

    ସରିଗଲା ପିଲାଦିନ

ପାହାନ୍ତି ପହର ପୋଖରୀସ୍ନାହାନ

ଗାଆଁ ଦାଣ୍ଡ ଧୂଳି ଖେଳ ବଉଳ ଲୋ

    ଗାଆଁ ଦାଣ୍ଡ ଧୂଳି ଖେଳ

ସଙ୍ଗାତ ବଉଳ ମୀତନି ମେଳରେ

 କେତେ କଲି ଗୋଳମାଳ ଲୋ ବଉଳ

     ସରିଗଲା ପିଲାଦିନ

ବନଦୁର୍ଗା ପୀଠେ ଗାଆଁ ଜନ୍ତାଳ ଲୋ

    ଗାଆଁ ଲୋକେ ଏକ ମେଳ

କେହି ଭାଇ କେହି ଦାଦାସମ୍ପର୍କ ଲୋ

     ଏକତାର ରାହା ବେଳ,

    ସରିଗଲା ପିଲାଦିନ

ଦୋଳ ପୁନେଇରେ ଦୋଳ ଯାତରା ଲୋ

     ଅଭୁଲା ଅବିର ଖେଳ

ସାଇ ସାଇ ବୁଲି ଶ୍ରୀରାଧା ଗୋବିନ୍ଦା

ଝୁଲେ ଆରାମରେ ଦୋଳ ଲୋ  

     ବଉଳ, ସରିଗଲା

ଦକ୍ଷିଣ ଦିଗର ଘଞ୍ଚ ଝାଉଁ ବନୁ

     ବହେ ମଳୟ ପବନ

ଆମ୍ବବୃକ୍ଷେ ରହି ଅଦୃଶ୍ୟ ଶାଖାରେ

 ଶୁଭେ କୋକିଳ କୁଜନ ଲୋ ବଉଳ, ସରିଗଲା ପିଲାଦିନ

ଅଦୁରେ ଚିଲିକା ରାଣୀ ଲୋ ବଉଳ

     ଅଦୂରେ ଚିଲିକା ରାଣୀ

ନାଚି ନାଚି ଯାଏ ନୀଳ ଢେଉ କେତେ

 କହି ଦିଏ ପଦେ ବାଣୀ ଲୋ ବଉଳ ସରିଗଲା ପିଲାଦିନ

ଏହା କୁଳୁ ଦିନେ ସାଧବ ପୁଅର

    ବୋଇତ ହୁଏ ବନ୍ଦନୀ

ଆ କା ମା ବୈ ସ୍ୱରେ କଂପୁଥିଲା କୋଳ

      ସମୟ ହେଲା ଉଜାଣି ଲୋ ବଉଳ ସରିଗଲା

କଳାପାହାଡ଼ର ନିର୍ମମ ଆଘାତେ

      ଜଗନ୍ନାଥ ଯେ ପାତଳୀ

ଖଟିନାସି ଆଜି ତାର ମୂକସାକ୍ଷୀ

   ନବଗ୍ରହ ରଖି ସାକ୍ଷୀ ଲୋ ବଉଳ

     ସରିଗଲା ପିଲାଦିନ

ଆମ ପାଇଁ ପରବାସ ଅପେକ୍ଷାରେ

      ଆମ ପାଇଁ ପର ବାସ

ଅଭୁଲା ରହିବ ପିଲାଦିନ କଥା

  ସରିଗଲା ପରିହାସ ଲୋ ବଉଳ ସରିଗଲା ପିଲାଦିନ

ଗ୍ରାମଦେବତୀଙ୍କୁ ସାକ୍ଷୀ ରଖି ଯିବା

    ସାହା ହେବେ ଗାଦିଶ୍ର

ସାକ୍ଷୀରହୁ ଗାଆଁ ପୋଖରୀ ତୁଠ ଲୋ

 ଭାଗବତ ଟୁଙ୍ଗୀ ଘର ଲୋ ବଉଳ ସରିଗଲା ପିଲାଦିନ

ମନେ ପଡ଼ିବ ଲୋ ଦଣ୍ଡ ନାଚ କଥା

    କୃଷ୍ଣ ଲୀଳା ରାମଲୀଳା

ପାଇକ ପୁଅର ପାଇକ ଆଖଡ଼ା

ସରିଗଲା ଆମ ଖେଳା ଲୋ ବଉଳ

     ମନେପଡେ ପିଲାଦିନ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics