ସରି ସରି ଯାଏ
ସରି ସରି ଯାଏ
ସରି ସରି ଯାଏ ନିତି ମୋ ଆୟୁଷ
ଏ ସଂସାର ବଡ ଦାଣ୍ଡେ
ଜ୍ଞାତ ହେଉ ଅବା ଅଜ୍ଞାନ୍ତ ସାରରେ
ଭଲ ମନ୍ଦ ପ୍ରତି ଦଣ୍ଡେ।
ଯାହା ଟା କରୁଛି ଜାଣୁଛ ହେ ପ୍ରଭୁ
ସବୁତ ତୁମ ଇଙ୍ଗିତ
ମାୟାର ବନ୍ଧନ ଫାଶରେ ପଡ଼ିଛି
କେବେ ହୋଇବି ମୁକତ।
ମଣିଷ ଜନମ ଶ୍ରେଷ୍ଠ ବୋଲି ଭାବେ
ମୋର ବୁଦ୍ଧି ବିଚାରରେ
ମଣିଷ ପଣିଆ ଆଚରଣ କଲେ
ମୁକ୍ତି ହାତ ପାଅନ୍ତାରେ।
ମହତ ପଣିଆ ଅଭ୍ୟାସ ରେ ମିଳେ
ଦୟା କ୍ଷମା ସ୍ନେହ ପ୍ରୀତି
ଜଣକୁ ଜଣରେ ପ୍ରସାରିତ ହେଲେ
ଜୀବନରେ ଆସେ ଶାନ୍ତି।
ଶାନ୍ତି ମିଳେ ନାହିଁ ବଣ ଜଙ୍ଗଲରେ
ମିଳେ ହୃଦୟ କନ୍ଦରେ
ଭୃକୁଟି ମଧ୍ୟରେ ଜୀବାତ୍ମା ହସଇ
ମୁକ୍ତି ଚିନ୍ତା ଏଇ ଠାରେ।
ମଣିଷ ଜୀବନ କରିବା ସାର୍ଥକ
ନିଜ ଭାବନାକୁ ନେଇ
ଜଗନ୍ନାଥ ସ୍ଵାମୀ କୃପା ଯେ ବର୍ଷିବେ
ସୁଖ ଦୁଃଖ ଭାବ ଥାଇ।
