STORYMIRROR

Kalandi pal

Inspirational

3  

Kalandi pal

Inspirational

ସରି ସରି ଆସେ ଆୟୁ

ସରି ସରି ଆସେ ଆୟୁ

1 min
197


ସରି ସରି ଆସେ ଜୀବନର ପଥ

   ସରି ସରି ଆସେ ଆୟୁ.

ହେଲେ ସରେ ନାହିଁ ଜୀବନ ଜଞ୍ଜାଳ

    ସଂସାର କଷଣ ଦାଉ.

ପ୍ରଭୁ, ତୁହି ସବୁ ଦେଖୁ ଥାଉ. l0l


ଚାରି ପାଶ ଘେରା ମାୟାର ବନ୍ଧନ

    ମାୟାର ବନ୍ଧନେ ପଡି.

ଲୋଭ ଅହଂକାର ଗ୍ରାସିଲା ଶରୀରେ

    ଗଲି ତୁମ ନାମ ହୁଡ଼ି.

ଚେତନା ପଶିଲା ବୈରାଗ୍ୟ ଆସିଲା

ତୁମ୍ଭ ନାମ ପ୍ରଭୁ ମନ ଆଶ୍ରା କଲା

    ବେଳ କିଛି ଥାଉଁ ଥାଉଁ. l1l


କେତେ ପାପ କଲି କେତେ ପୁଣ୍ୟ କଲି

    ସବୁ ହିସବ ତୋ ପାଶେ.

ହିସାବ କରିବୁ ଯାହା ଦଣ୍ଡ ଦେବୁ

    ମାନି ନେବି ମନ ତୋଷେ.

ଦୋଷ ଦେବି ନାହିଁ ଆହେ ପ୍ରାଣାସାଇଁ

ଅରଜିଲା କର୍ମ ଦଣ୍ଡ ମୁଁ ଭୋଗଇ

    ତୁମ ବାନା ନିନ୍ଦା ନୋହୁ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational