ସରଗର ସୁଖ ନରକର ଦୁଃଖ
ସରଗର ସୁଖ ନରକର ଦୁଃଖ
ସରଗର ସୁଖ ଏଇଠି ହେ ପ୍ରଭୁ
ନରକର ଦୁଃଖ ଏଇଠି
ସଂସାର ଜଞ୍ଜାଳେ ସୁଖ ଆଉ ଦୁଃଖ
ଭରିଛୁ ଯେମିତି ଏକାଠି
ଜୀବ, ପାପ ପୁଣ୍ୟ ଭୋଗେ ଯେଉଁଠି ।
ସତ୍ତ୍ୱ, ରଜ,ତମ ଏ ତିନି ଗୁଣକୁ
ଭରିଛ ମଣିଷ ଜୀବନେ
ସତ୍ତ୍ୱ ଗୁଣେ ଜୀବ ଲଭେ ସତସଙ୍ଗ
ବିଚରେ ଶାନ୍ତିର ବିପିନେ
ସେଇ ଶାନ୍ତି ବନ ସରଗ ସମାନ
ଆଉ ସ୍ୱର୍ଗ ସୁଖ କେଉଁଠି ।
ରଜ,ତମ ଗୁଣ ବଡ଼ ବେଇମାନ
ଜୀବନକୁ କରେ ଅସାର
କ୍ଷଣିକ ସୁଖରେ ମଜ୍ଜି ଏ ଜୀବରେ
ପରେ ପାଏ ଦୁଃଖ ସାଗର
ସେ ଦୁଃଖ ସାଗରେ ହଜାଇ ସତ୍ତାରେ
ଭୋଗେ ନରକ ସେଇଠି ।
