Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ସରଗର ସୁଖ ଛାଡି

ସରଗର ସୁଖ ଛାଡି

1 min
232



ସରଗର ସୁଖ ଛାଡି ଦେଇ ପ୍ରଭୁ

  ନୀଳାଚଳେ କଲ ବାସ.

ଗୁଣ୍ଡିଚା, ବାହୁଡା଼, ସ୍ନାନ ଯାତ୍ରା ଆଦି

  କେତେ ଲୀଳା ପୀତବାସ.

ପ୍ରଭୁ, ସେଥିରେ ହୁଅ ହରଷ. l0l


ନରକର ଦୁଃଖ ଭୋଗୁଛ ଏଠି ତ

  ଜଗତର ସୁଖ ପାଇଁ.

ସବୁ ସୁଖ ତୋର ବଳି ଦେଇ ପ୍ରଭୁ

  ରହିଛୁ ଭକତେ ଚାହିଁ.

ଭକତ ଚଳଣି ଭକତର ବେଶ

  ଧରି ତୁହି ହେଉ ତୋଷ. l1l


ଯୁଗେ ଯୁଗେ ତୁହି ଭକତ ପାଇଁ କି

  ଦୁଃଖ ଯାତନା ତ ସହୁ.

 ଭକତ ଜୀବନ ଭକତର ପ୍ରାଣ

  ଭକତ ବିନା ନ ରହୁ.

ହେଲେ ଆଜି କାହିଁ ହୋଇଲୁ ବିମୁଖ

  କିଏ କଲା ତୋତେ ବଶ. l2l



Rate this content
Log in

Similar oriya poem from Inspirational