STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ସରଗପୁର

ସରଗପୁର

1 min
293

କିଏ କହେ ପାପ ପୁଣ୍ୟ ବିଚାରରେ

ମପାହୁଏ ମୂଲ୍ୟ ଜୀବନର

ମଲାପରେ ତୁମେ କୋଉଠିକି ଯିବ

ସରଗପୁର କି ନରକପୁର


ପିତା ମାତା ଠାରୁ ସରଗ କି ବଡ଼

ଆଉ କୁବେର ଭଣ୍ଡାର

ତାଙ୍କରି ଆଶିଷ ଜୀବନରେ ଥିଲେ

ଲୋଡ଼ା ନାହିଁ ଆଉ କିଛି ବି ମୋର


ମଣିଷ ନୁହନ୍ତି ସତେ ତ ସେମାନେ

ଅଟନ୍ତି ଜୀବନ୍ତ ଈଶ୍ୱର

ନିଜ ଜୀବନକୁ ପାସୋରି ଦିଅନ୍ତି

ଆମେ ପରା ତାଙ୍କ ଅତି ନିଜର


ଧନ୍ୟ ତୁମେ ପିତା ଧନ୍ୟ ତୁମେ ମାତା

ଧନ୍ୟ ତୁମରି ଜୀବନ

ସେଥିପାଇଁ ସିନା ଏ ସାରା ସଂସାର

ହୃଦୟରୁ କରେ କୋଟି ପ୍ରଣାମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract