STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ସରଗ ନରକ

ସରଗ ନରକ

1 min
302

କିଏ ଦେଖିଅଛି ସରଗ ନରକ

କେଉଁଠି ଅଛି ବା ଦିଶେ କେମିତି

କିଏ ଯାଇଅଛି ଆଉ ବା ଫେରିଛି

ବଖାଣି କହିବ ଲାଗେ କେମିତି


ହିଂସା, ନରହତ୍ୟା, ପଶୁବଳି ସବୁ

ନୁହଁ କି ନରକ ସମାନ

ଅସତ୍ୟ, ଅଧର୍ମ, ମିଥ୍ୟା, ଅପମାନ

ଏସବୁ ନୁହଁ କି ନରକଠୁ ହୀନ


ନିଜେ ଖୁସି ରହି ଜଗତ ଜନଙ୍କ

ମୁହଁରେ ଯେ ହସ ପୁଟାଇ

ସୁଖ ଶାନ୍ତି ଧର୍ମ ନ୍ୟାୟର ସମାଜ

ସରଗର ସୁଖ ଦିଅଇ


ସରଗ ନରକ କିଛି ନାହିଁ ବାବୁ

ଏହା ତ ମନର ଅଟଇ ଭ୍ରମ

ଭଲ କାମ କଲେ ଖୁସିରେ ରହିବା

ନହେଲେ ନରକେ ରହିବା ଜାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract