STORYMIRROR

pranati Mahapatra

Tragedy

2  

pranati Mahapatra

Tragedy

ସର୍ବଶ୍ରେଷ୍ଠ ଆଲୋକ

ସର୍ବଶ୍ରେଷ୍ଠ ଆଲୋକ

1 min
86


କେତେବେଳେ ଖରା ତ କେତେବେଳେ ଛାଇ

କେତେବେଳେ ଆଲୁଅ କେତେବେଳେ ଅନ୍ଧାର,

ଜୀବନର ଚଲାପଥ ନୁହେଁ ସଳଖ ସୁନ୍ଦର

ଏଇ ମଣିଷ ଜୀବନ ପଥ ତଅଙ୍କାବଙ୍କା ନଈଧାର।

ସୁଖ ଦୁଃଖ ହସକାନ୍ଦ ସଦା ପୁଣି ସଂଘର୍ଷ ମୟ

ପର ଆପଣା ଆପଣା ପର ବଳବାନ ଏଠି ସମୟ

ସବୁ କଥାର ନେଇଥାଏ ଉଚିତ ସମୟ।


ଅନ୍ଧାରରେ ଜୀବନ ହୁଏ ଯନ୍ତ୍ରଣା ଜର୍ଜରିତ

ତଡିତ୍ କ୍ଷଣପ୍ରଭା ପରି ହୁଏ ଆଲୋକିତ,

ଅଙ୍କାବଙ୍କା ରାସ୍ତାରେ ଆକ୍ତାମାକ୍ତା 

ଉଚ୍ଚା ନୀଚ୍ଚା ବାଧାବନ୍ଧନରେ ପୁଣି ବାଧାପ୍ରାପ୍ତ।


ତଥାପି ଆଶା ତ ଅସୁମାରୀ

ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ

ଏକମାତ୍ର ଶେଷ ଆସରାର ଆଶାବାଡି

ହେଉ ପଛେ ସେଇ କ୍ଷୀଣ ଆଲୋକ


ସେହି ଆଲୋକରେ ଆଲୋକିତ ହେବ

ସଂଘର୍ଷମୟ ଏ ଜୀବନର 

ସର୍ବଶ୍ରେଷ୍ଠ ସଫଳତା।

ନିରାଶା ହତାଶା ମନର 

ଏକମାତ୍ର ସାହସ,

ଝଡ଼ ବତାସକୁ ଖାତିରି ନକରି

ବେପରୁଆ ମନ ନେଇ 

ଧୀର ସ୍ଥିର ଅଚଳ 

ଏହି ଆଲୋକ

ଲଣ୍ଠନର କ୍ଷୀଣ ଆଲୋକ।

ସେହି ହିଁ ପହଞ୍ଚାଇ ଦେବ

ଜୀବନର ଉଜ୍ଜଳ ଆଲୋକର ପଥ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy