STORYMIRROR

Lokanath Rath

Inspirational

3  

Lokanath Rath

Inspirational

ସର୍ବରୂପେଣ ପୂଜିତା

ସର୍ବରୂପେଣ ପୂଜିତା

1 min
196

ବାର ମାସେ ଆମ ତେର ପର୍ବ ଆମ ଏହି ଉତ୍କଳ ପ୍ରଦେଶେ, 

ଭିନ୍ନ ଭିନ୍ନ ରୂପେ ପୁଜନ୍ତି ସଭିଏଁ, ଆହା କି ସୁନ୍ଦର ଦିଶେ. X

କିଏ କରେ ପୋଥି ପୂଜା ଏଠି, ତାଙ୍କୁ ମା ସରସ୍ୱତୀଙ୍କ ରୂପେ, 

କିଏ କରେ ତାଙ୍କୁ ଲକ୍ଷ୍ମୀ ଠାକୁରାଣୀ ରୂପେ,ଭାବରେ ସମର୍ପେ. 

ଆଉ କେହି କରେ ଭାବି ତାଙ୍କୁ ତ ଦୁର୍ଗତି ନାଶିନୀ ମା ଦୁର୍ଗେ, 

ଯୁଗେ ଯୁଗେ ତାଙ୍କ ଗାଥା ସଂସାରେ ଵିଖ୍ୟାତ ଜାଣିଛନ୍ତି ସର୍ବେ. 

ତାଙ୍କ ଭିନ୍ନ ଭିନ୍ନ ରୂପ ଅବତାର ବ୍ରହ୍ମାଣ୍ଡ ଜାଣଇ ସବୁ, 

ଆମେ ଅକିଞ୍ଚନ କି ଶବ୍ଦ ବା ଦେଇ ତାଙ୍କ ବର୍ଣନା କରିବୁ. 

ଯେତେ ଯେତେ ତାଙ୍କ ରୂପ ହେଲେ ବି ସେ ତ ସର୍ବରୂପିଣୀ ମାତା, 

ଅଧର୍ମ ନାଶିନୀ, ପାଳନ କାରିଣୀ, ଅଟନ୍ତି ବିଶ୍ୱ ବନ୍ଦିତା. 

ଯୁଗେ ଯୁଗେ ସଦା ଦେଇଛନ୍ତି ଶିକ୍ଷା, ନାରୀ ନୁହଁଇ ଅବଳା, 

ସେ ପରା ସର୍ବଂସହା ସଂହାରକାରିଣୀ,ଅଟନ୍ତି ବି ସେ ବାଳା. 

ପତ୍ନୀ ବି ହୁଅନ୍ତି, ମାତା ବି ଅଟନ୍ତି, ଭଗ୍ନୀ ରୂପେ ଅବତରି, 

ପାଳନ୍ତି ସବୁ ଧର୍ମ ହସି ସମୟର ତାଳେ, ହେଳା ନ କରି. 

ତାଙ୍କ ଅଂଶ ନେଇ ନାରୀ ତ ଆସିଛି, ରଚିଛି ତ ଇତିହାସ, 

କ୍ଷତ୍ରାଣୀ ହୋଇ ରଣାଙ୍ଗନେ ଯୁଝିଛି, ଦେଇଛି ଅଗ୍ନିରେ ଝାସ. 

ଜଗତର ମାତା ସଦା ରହିଛନ୍ତି ପାଶେ, ଦିଅନ୍ତି ଆଶିଷ, 

ତାଙ୍କ ଶରଣ ଯାଇ, ଆଦରେ ସମ୍ମାନ ଦେଲେ, ହାରିବେ କ୍ଳେଶ. 

ବୁଝିବାକୁ ହେବ ଏବେ ସଭିଙ୍କୁ ନ କରି କିଛି ଅଭିମାନ, 

ଦେଲେ ନାରୀଙ୍କୁ ଉଚିତ ସମ୍ମାନ, ହେବ ସମାଜର ଉତ୍ଥାନ. 

ତେବେ ଯାଇ ସାର୍ଥକ ହେବ କହିବା ସର୍ବରୂପେଣ ପୂଜିତା, 

ପାଇବା ତାଙ୍କ କୃପା, ବିଘ୍ନ ବିନାଶିନୀ ସେ ସଭିଙ୍କର ମାତା. 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational