STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational

4  

ପ୍ରିୟଦର୍ଶିନୀ ମହାନ୍ତି

Inspirational

ସର୍ବୋଚ୍ଚ ସମ୍ପର୍କ

ସର୍ବୋଚ୍ଚ ସମ୍ପର୍କ

1 min
510


ବିପଦେ ଆପଦେ ହୁଏ ଯେ ସହାୟ

ବୋଲାଇ ପ୍ରକୃତ ବନ୍ଧୁ 

ଦୁଃଖରେ ସୁଖରେ ପାଶେ ରହିଥାଏ

ହୃଦ ନିରିମଳ ସିନ୍ଧୁ।


ପଡିଗଲେ ଯିଏ ହାତ ଟି ବଢ଼ାଇ

ଆଲିଙ୍ଗନ କରିଦିଏ,

ଆପ୍ରାଣେ ଚେଷ୍ଟିତ ସହାୟତା ପାଇଁ

ବନ୍ଧୁ ପଦବାଚ୍ୟ ସିଏ।


ବନ୍ଧୁଟିଏ ଲୋଡ଼ା ସଭିଙ୍କ ଜୀବନେ

ପଶୁ, ପକ୍ଷୀ ଅବା ନର,

ବନ୍ଧୁ ଚୟନରେ ଭୂଲ ଯଦି ହୁଏ

ଜୀବନଟା ଛାରଖାର।


ବନ୍ଧୁତ୍ୱ ଖୋଜେନି ଉଚ୍ଚ, ନୀଚ୍ଚ ଜାତି

ଧନୀ ଅବା ନିରଦ୍ଧନ,

ସବୁ ସମ୍ପର୍କର ସର୍ବୋଚ୍ଚରେ ଥାଏ

ସଚ୍ଚା ବନ୍ଧୁଟିଏ ଜାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational