STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସର୍ବଗ୍ରାସୀ

ସର୍ବଗ୍ରାସୀ

1 min
2.9K

 

ଭୁଲିଯାଇଛି ମୁଁ ସଭିଙ୍କ ଠିକଣା 

ସ୍ୱାର୍ଥପର ମତେ କହିପାର 

ଅବାଟରେ ଯାଇ ବାଟ ମୁଁ ଖୋଜୁଛି

 ଦେଖିନାହିଁ ଲଷ୍ମଣ ତିନିଗାର 

ନିଆଁ କେବେ ଯେବେ ଆଳତୀ ବୋଲାଏ 

ମହତ୍ତ୍ୱ ବଢାଏ ଜଗତର 

ସେଇ ନିଆଁ ଯେବେ ସର୍ବଗ୍ରାସୀ ହୁଏ 

କରିଦିଏ ସବୁ ଛାର ଖାର 

କେବେ ଯଦି ତାହା ଜଙ୍ଗଲ ରେ ଲାଗେ 

ଲିଭଇବାଟା ଭାରି କଷ୍ଟକର 

ଆଉ କେବେ ଯଦି ମନେ ଲାଗିଯାଏ 

ଧୂଆଁ ନଥାଇ ବି ହରବର 

ଲିଭାଇ ହୁଏନା ଅଣାୟତ୍ତ ହୁଏ 

ମନ ଓ ବିବେକ ସଂଘର୍ଷର 

ଧୂଆଁଥିବା ନିଆଁ ଆୟତ୍ତ ଭିତରେ 

ଧୂଆଁ ନଥିଲେ ଲିଭିବା କଷ୍ଟକର 

ମନକୁ ଆୟତ୍ତ ନକରି ଅଣାୟତ୍ତ 

ପରପିଢ଼ି ଶିଖ ଥରକୁ ଥର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract