STORYMIRROR

Mrs. SASMITA DAS

Inspirational

3  

Mrs. SASMITA DAS

Inspirational

ସର୍ବେସନ୍ତୁ ନିରାମୟା

ସର୍ବେସନ୍ତୁ ନିରାମୟା

1 min
11.8K

ବୈଶାଖୀ ଝଡ଼ର

ସମ୍ମୁଖୀନ

ବର୍ତ୍ତମାନର ମାନବ ଜୀବନ

ରୌଦ୍ର ଦଗ୍ଧରୂପୀ ଭୁତାଣୁର ତେଜ

ସାରା ବିଶ୍ୱ 

ହତାଶାର ମରୁଶ୍ୱାସେ ପରିଣତ

ଏହା କ'ଣ ଆମ ଭାଗ୍ୟ ଲିପି

ରଚିବ?

ମଣିଷ ସମାଜ କ'ଣ ଆହତ

ଆତଙ୍କିତରେ ସମାପ୍ତ

ହୋଇଯିବ?

     ସବୁ ନିରାଶ ମଧ୍ୟରେ

     ଲୁପ୍ତ ମଣିଷର 

     ଦେବତ୍ୱ ପ୍ରାର୍ଥନା

ନୂଆ ସକାଳର

ନୂତନ ସୂର୍ଯ୍ଯାଲୋକର ଆହ୍ୱାନେ

ରଚିବା ଏକ ବ୍ୟାଧିମୁକ୍ତ ସମାଜ

      ଯୋଗାଭ୍ୟାସ ପ୍ରାଣାୟମକୁ 

      କରିବା ଆମ ଜୀବନର ମୂଳମନ୍ତ୍ର  

      ଶରୀରର କୋଷାନ୍ଦ୍ରୀୟକୁ

       ସକ୍ଷମ ପରିପୁଷ୍ଟ କରିବା

       ସକଳ ଶକ୍ତିର ଆଧାର

       ସୂର୍ଯ୍ୟଙ୍କ ଜ୍ୟୋତିରେ

        ରୋଗମୁକ୍ତ ହେବା

ପ୍ରାଣାୟମେ ମନ ଶରୀରକୁ

ସଂଜମ କରିବା

ନୂତନ ଆଲୋକକୁ ଉଦ୍ଭାସିତ କରି

ସର୍ବେ ନିରାମୟ ଜୀବନେ

ବ୍ରତୀ ହେବା

ନୂଆ ସକାଳର ଆହ୍ୱାନେ

ମହାଜୀବନର ଶୁଭାରମ୍ଭ

କରିବା

ସର୍ବେ ଭବନ୍ତୁୁ ସୁଖୀନ

ସର୍ବେ ସନ୍ତୁୁ ନିରାମୟା

କାମନା କରିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational