Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Others Children

4  

Prabhati Mahapatra

Inspirational Others Children

ସର୍ବ ଶ୍ରେଷ୍ଠ ଇଂଜିନିୟର

ସର୍ବ ଶ୍ରେଷ୍ଠ ଇଂଜିନିୟର

1 min
240


ସ୍ଵର୍ଗସମ ଧରା ମୋର କି ବର୍ଣ୍ଣିବି ମୁହିଁ

କୀଟରୁ ପତଙ୍ଗ ସର୍ବେ ବଳିଷ୍ଠ ବୁଝାଇ ।

ସକଳେ ଆପାଣା କର୍ମେ ହୋଇ ନିୟୋଜିତ

ବଞ୍ଚିବା ସଂଘର୍ଷ ଧରି ଅଛନ୍ତି ଜୀବିତ ।

ମନୁଷ୍ୟ ଠାରୁ ନିପୁଣ ନିର୍ମାଣ କୌଶଳ

ଉନ୍ନତ ମସ୍ତିଷ୍କେ ଭରା କ୍ଷୁଦ୍ର ଖଗ କୁଳ ।

ଘର ଚଟିଆ ମାନସେ କିଏ ଦେଲା ବୁଦ୍ଧି

ଅତ୍ୟନ୍ତ ସୁନ୍ଦର ଘରେ ତାହାର ସମୃଦ୍ଧି ।

ଘାସ ତିରଣ ସଂଗ୍ରହେ ଲାଗି ଥାଏ ନିତି

ଘରଟିଏ କରି ଥାଏ ନଥାଏ ତା ଭୀତି ।

ଶ୍ରୀଫଳ ବୃକ୍ଷର ଉଚ୍ଚ ତା ପାଇଁ ଉତ୍ତମ

 କାହାକୁ ଈର୍ଷା କରିବା ନୁହେଁ ତା'ର କାମ ।

ଆସୁ ଯେତେ ପ୍ରଭଞ୍ଜନ ଆକ୍ରୋଶିତ ମନେ

ନିଡର ପରାଣେ ଥାଏ ନପଡେ ସେ ଭ୍ରମେ ।

ଏପରି ସଜାଡେ ଘର ଜନେ ଆଚମ୍ବିତ

ଇଂଜିନିୟରିଂ ପଢି ସତେ ହୋଇଛି ସେ ଧ୍ରୁତ ।

ସର୍ବ ଗୁଣ ସମ୍ପନ୍ନ ମୋ ବିଶ୍ଵ ଚରାଚର

ପ୍ରତ୍ୟେକ ପ୍ରାଣରେ ଅଛି ଉତ୍କୃଷ୍ଟ ବିଚାର ।



Rate this content
Log in

Similar oriya poem from Inspirational