STORYMIRROR

Bharati Bhusan Das

Abstract

4  

Bharati Bhusan Das

Abstract

ସର୍ବ ବ୍ୟାପ୍ତ ଶ୍ରୀ ଜଗନ୍ନାଥ

ସର୍ବ ବ୍ୟାପ୍ତ ଶ୍ରୀ ଜଗନ୍ନାଥ

1 min
406

ନୀଳାଚଳ ଧାମେ... ଅଛ କି ନ ଅଛ...

  ତୁମେ ସର୍ବ ବ୍ୟାପ୍ତ.... ଶ୍ରୀ ଜଗନ୍ନାଥ.......।

ସଚରାଚର ଜୀବ ଜଗତେ ଠାକୁର..              

ତୁମେ ପ୍ରାଣ କର୍ତ୍ତା.... ତୁମେ ଆଦି ଅନ୍ତ.....(ଘୋଷା )

କେ ଡାକିଛି ଭାବ ଭରି.....

           ଡାକିଛି କେ ଆତୁରେ.......

କେ ଖୋଜିଛି ତୁମକୁ.........

             ଘୋର ବନସ୍ତରେ.....

ଅତଳ ଦରିଆ ମଧ୍ୟେ.....

       କେ ଡାକିଛି ପୁଣି........

ରଖ ରଖ ନାରାୟଣ.........

         ଆହେ ଚକ୍ରପାଣି......

ନୀଳାଚଳ ଧାମେ...।।   (ଘୋଷା )

କେ ଆସିଛି ଖୋଜିବାକୁ....

           ଯୁଗେ ଯୁଗେ ଯେ ତୁମକୁ

ପାଇଛି କେହି ତ ପୁଣି.....

          ହାରିଛି ନ ଦେଖିବାକୁ....

ସତ୍ୟ ତ୍ରେତା ଦ୍ୱାପର ର....

      କଥା ଯେ ଅନେକ ଅଛି...

ବିଶ୍ୱାସ କେହି କରୁଛି.....

        ଅବିଶ୍ୱାସେ କେ ରହିଛି... 

ତୁ ସିନା ଜାଣୁ..... ତୋର..... ଭାବ ବିବେକ

      ମୁଁ କିବା ଜାଣିବି କହ........ ନାହିଁ ମୋ ଭେକ..

ନୀଳାଚଳ ଧାମେ... 

କଳିକାଳ ଗୂଢ଼ କଥା..... ତୋତେ ସିନା ଜଣା....

କେ ଆସେ ତୋ ଦୁଆରକୁ.... ନାହିଁ କାରେ ମନା....

   ଭେଦ ଭାବ..... ଉଚ୍ଚ ନୀଚ....

             ନାହିଁ ହୃଦେ କାର ବାଚ......

ସଭିଏଁ ସମାନ ବୋଲି.......

       ପଡୁଛି କେତେ ଯେ ହୁରି.....

ଦେଖୁଛି ମୁଁ ଦୂରେ ଥାଇ.....

            ସବୁ ଉପହାସ.....

ତୁ ସିନା ମୌନରେ....... ମୁଁ ତୋ ବଡ଼ ଦାଣ୍ଡରେ...

     ଚାରି ଦୁଆର ରେ..... ବାଡ଼.......

           ଏ କି ତୋ........ ବଡ଼ ଉଆସ...  

ନୀଳାଚଳ ଧାମେ....... ଅଛ କି ନ ଅଛ......

ତୁମେ ସର୍ବ ବ୍ୟାପ୍ତ...... ଶ୍ରୀ ଜଗନ୍ନାଥ......

ସଚରାଚର ଜୀବ.... ଜଗତେ ଠାକୁର.....

ତୁମେ ପ୍ରାଣ କର୍ତ୍ତା..... ତୁମେ ଆଦି ଅନ୍ତ...... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract