STORYMIRROR

PUSPALATA SAHOO

Children

3  

PUSPALATA SAHOO

Children

ସ୍ପର୍ଶ

ସ୍ପର୍ଶ

1 min
168

ଯେଉଁ ଦିନ ଭୂମିଷ୍ଠ ହେଲି 

ଧରା ବୁକୁରେ 

କୁଆଁ କୁଆଁ ରାବ ଦେଇ 

ପହିଲି ସ୍ପର୍ଶରେ 

ଧରା ଉଠିଥିଲା ଚେଇଁ 

ମାଆର ପହିଲି ସ୍ପର୍ଶରେ 

ଶରୀରରେ ଉଠି ଥିଲା ଶିହରଣ 

ଜାଣି ନ ଥିଲି ମୁଁ ଅଚେତନ ସ୍ତରରେ 

କିନ୍ତୁ ସେହି ପ୍ରଥମ ସ୍ପର୍ଶ 

ମୋ ହୃଦୟରେ ସାଇତି ରଖିଛି 

ରଖି ଥିବି ମଧ୍ୟ ଜୀବନ ଥିବା ପର୍ଯ୍ୟନ୍ତ 

ଆଉ କାହାରି ସ୍ପର୍ଶ ତା ଠାରୁ 

ଅଧିକ ପୁଲକିତ କରିବନି 

ମନ ପ୍ରାଣକୁ ମୋର 

ପହିଲି ସ୍ପର୍ଶ ସେ ମୋ ଜୀବନର 

ମାଆର ଅମୃତ ଆଉ ମମତାର ମୂଲ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children