Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଚନ୍ଦ୍ରପୃଷ୍ଠେ ଓହ୍ଲାଇଛି ଚନ୍ଦ୍ରଯାନ

ଚନ୍ଦ୍ରପୃଷ୍ଠେ ଓହ୍ଲାଇଛି ଚନ୍ଦ୍ରଯାନ

1 min
288



ଚନ୍ଦ୍ରମାଁମୁକୁ ଦେଖାଇ ଶୁଆଉ ଥିଲା ମୋ 

ବୋଉ ନାନା ଗୀତ ଗାଇ

ରଚିଲେ ଇତିହାସ ଚନ୍ଦ୍ରକୁ ଛୁଇଁ, ଦେଖିବାକୁ 

ମୋ ବୋଉ ଆଜି ନାହିଁ ।


ପୂର୍ଣ୍ଣିମା ଆକାଶେ ଦିଶଇ ଚନ୍ଦ୍ରମା, କେତେ 

କେତେ ଭାବନା ଆଣଇ

ଚନ୍ଦ୍ରକୁ ନେଇ କବିର କେତେ କେତେ କଳ୍ପନା

ର ଉପମା ମନେ ପଡଇ ।


ଦିନ ଥିଲା ଦେବତା ଭାବିଣ ଏହି ମନୁଷ୍ୟ 

ଦିନେ କରୁଥିଲା ଚନ୍ଦ୍ରକୁ ପୂଜା,

ବିଜ୍ଞାନ ମତେ ଚନ୍ଦ୍ର ଏକ ଉପଗ୍ରହ, ପାଦ 

ଦେଇ ଉଡାଇଲେ ବିଜୟ ଧ୍ଵଜା ।


କବି କଳ୍ପନା ଥିଲା ଦିନେ ନା ଦିନେ ଜହ୍ନ 

ପୃଷ୍ଠରେ ଗଢ଼ିବା ସୁନ୍ଦର ଘର,

ଆଙ୍କି ହୋଇଥିବା କଳ୍ପନାକୁ ଆଜି ଜଗତେ 

ଦେଖାଇଛି ବିଜ୍ଞାନ ଆମର ।


ଆଜିର ବିଜୟ ଶିଖାଏ ବିଫଳତାରୁ ସଫଳତା 

ସର୍ବଦା ଆସଇ ଜାଣ 

ସାହାସେ କେତେ ନୂଆ ତଥ୍ୟ ଆବିଷ୍କାର ହୁଏ 

ଚନ୍ଦ୍ରଯାନ ୩ ଦିଏ ପ୍ରମାଣ ।


ବିଜ୍ଞାନର ଜୟଯାତ୍ରା ଯୁଗେ ଯୁଗେ ଚାଲି 

ଆସିଛି, ଓ ଚାଲି ଆସୁ ଥିବ

ଆବିଷ୍କାର ପାଇଁ ଗବେଷଣାର ନାହିଁ ଅନ୍ତ, 

ବୈଜ୍ଞାନିକର ଜୟ ହୋଇବ।


ଚନ୍ଦ୍ରଯାନ ଦୁଇ ବିଫଳ ହେଲା ସିନା, ଦବି 

ଗଲା ନାହିଁ ମୋର ଦେଶ ,

ଶୁଣିଲନି କି ଚନ୍ଦ୍ରଯାନ ତିନି ଯାନ ଜହ୍ନକୁ 

ଛୁଇଁଲା ଦେଖାଇଲା ସାହସ ।


ପ୍ରଣାମ ଘେନ ହେ ଇସ୍ରୋ ବୈଜ୍ଞାନିକ ଚନ୍ଦ୍ର

ଯାନକୁ କରିଅଛ ଅବତରଣ,

ମନରେ ରହିବ ସଦା, ଭାରତୀୟ ପାଇଁ

ଏହା ତ ଗର୍ବ ଓ ସ୍ମରଣୀୟ ଦିନ ।


Rate this content
Log in

Similar oriya poem from Inspirational