STORYMIRROR

Bharatabandhu Biswal

Others Children

4  

Bharatabandhu Biswal

Others Children

ପିଲାଦିନର ସଞ୍ଜ ସକାଳ

ପିଲାଦିନର ସଞ୍ଜ ସକାଳ

1 min
312


ପିଲାଦିନ ସବୁ ସଞ୍ଜ ଓ ସକାଳ 

ସ୍ବଚ୍ଛ ଆଉ ସାବଲୀଳ 

ସରସ ସୁନ୍ଦର ଲାଗେ ମଧୁମୟ

ସୁଶୀତଳ ସୁକୋମଳ ।

ଭାଙ୍ଗିଯାଏ ନିଦ ସ୍ନେହବୋଳା ଡାକେ

ସୂରୁଜ ହୁଏ ଉଦୟ

ଉଦ୍ଭାସିତ ହୁଏ ସ୍ବର୍ଣ୍ଣାଭ କିରଣ 

ଜୀବନ ଅମୃତମୟ ।

ଖୁଆନ୍ତି ଆଦରେ ମାଆ ଜଳଖିଆ 

ଗୃହକର୍ମ ପଢା ସାରି

ବାଜିଲେ ଦଶଟା ଯାଆନ୍ତି ପିଲାଏ

ବିଦ୍ୟାଳୟ ପାଠ ପଢି ।

ସାଙ୍ଗ ସାଥି ମେଳେ କଟିଯାଏ ଦିନ

ବାଜେ ଘଣ୍ଟି ଠନ ଠନ

ମନଯୋଗ ଦେଇ କରନ୍ତି ବିଦ୍ଯାର୍ଥୀ

ପଠନ ବିଦ୍ଯାଧ୍ଯୟନ ।

ଘରକୁ ଫେରିଲେ ରଖିଥାନ୍ତି ମାଆ 

ପିଠାପଣା ଫଳମୂଳ

ଖାଇଦେଇ ପିଲେ ମାତନ୍ତି ଖେଳରେ

ହୋଇ ସାଙ୍ଗ ସାଥି ମେଳ ।

ବୃନ୍ଦାବତୀ ପାଖେ ନିତି ସନ୍ଧ୍ୟାବେଳେ

ମାଆ ଜାଳି ସଞ୍ଜବତୀ

ମନାସନ୍ତି ଶୁଭ ମଙ୍ଗଳ କଲ୍ୟାଣ 

ଜାଗି ଉଠେ ମନେ ଭକ୍ତି ।

ଯୋଡି ଦୁଇ ହାତ ପିଲାଏ ଗାଆନ୍ତି

ଭଜନ ଗୀତ ଜଣାଣ

ସମର୍ପିତ ହେଲେ ବିଭୁ ପାଦପଦ୍ମେ

ବିକଶଇ ବୁଦ୍ଧିଜ୍ଞାନ ।

ମାତାପିତାଙ୍କର ଶୁଭ ଆଶିଷରେ

ଜୀବନ ହୁଅଇ ଧନ୍ଯ

ଅରଜଇ ଯଶ କୀର୍ତ୍ତି ସୁସନ୍ତାନ 

ଲଭେ ପ୍ରତିଷ୍ଠା ସମ୍ମାନ ।

     


Rate this content
Log in