Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.5  

Gyanendriya Dash

Inspirational Others Children

ଝୁଲଣ ଯାତ୍ରା

ଝୁଲଣ ଯାତ୍ରା

1 min
394



ଶ୍ରୀମନ୍ଦିର ସହ ସମସ୍ତ, ବିଷ୍ଣୁ ମନ୍ଦିରରେ,

ଝୁଲଣ ଯାତ୍ରାଟି ହୁଅଇ, କେଡ଼େ ସରାଗରେ ।


ଶ୍ରାବଣ ଶୁକ୍ଳ ଦଶମୀରୁ, ଯାତ୍ରା ଆରମ୍ଭ ହୁଏ,

ଭାଦ୍ରବ ପ୍ରତିପଦ ତିଥି, ଶେଷ ହୋଇଣ ଥାଏ ।


କୁଞ୍ଜବନେ ରାଧାକୃଷ୍ଣଙ୍କ, ହୁଏ ଝୁଲଣ ଯାତ୍ରା,

ଗୋପୀସହ ନରନାରୀ, ଗନ୍ଧର୍ବ ଓ ଦେବତା ।


ସେବାକରି ପୂଣ୍ୟ ଅର୍ଜନ, ମହା ଆଡମ୍ବରେ,

ପୁରୀ ଶ୍ରୀମନ୍ଦିରେ ଅଥବା, ପୂଣ୍ୟକ୍ଷେତ୍ର ଗୋପରେ ।


ସଙ୍ଗୀତ ବାଦ୍ୟ ଓ ନୃତ୍ୟ, ଯାତ୍ରା ଉତ୍ସବ ମୁଖର,

କୀର୍ତ୍ତନ ଭଜନ ଗାନରେ, ଉଲ୍ଲସିତ ମନ୍ଦିର ।


ଘଣ୍ଟି ଘଣ୍ଟ ଶଙ୍ଖ ସାଥେ, ପଞ୍ଚ ଉପଚାର,

ପୂଜା ବନ୍ଦାପନା ପୁଣି ତ, ଜଗମୋହନ ପୁର ।


ଦିବ୍ୟସିଂହ ଦେବ ଦ୍ଵିତୀୟ, ଏହା ଆରମ୍ଭିଥିଲେ,

ଝୁଲଣ ଯାତ୍ରାଟି ପୁରୀରେ, ପ୍ରତି ବରଷ ଚାଲେ ।

      


Rate this content
Log in

Similar oriya poem from Inspirational