STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପିଲାଦିନର ସଙ୍ଘର୍ଷ

ପିଲାଦିନର ସଙ୍ଘର୍ଷ

1 min
409


ଥ ଥ ମ ମ ଗୁଲୁରୁ ଗାଲୁରୁ କଥା

ତାପରେ ବର୍ଣ୍ଣମାଳା ଶିକ୍ଷା,

ଠିକଠାକ ଯୁକ୍ତାକ୍ଷର ପଢିବା ଲେଖିବା

କଷ୍ଟକର ଗାଣିତିକ ସମାଧାନ 

ବ୍ୟାକରଣ,ଶୁଦ୍ଧ ଉଚ୍ଚାରଣ

ଗୋଲଗାଲ ହସ୍ତାକ୍ଷର ଧାଡିରେ ଲେଖିବା

ଚିତ୍ର ଆଙ୍କି ତୂଳିଧରି ରଙ୍ଗ ଭରିଦେବା

ପିଲାଦିନ ଅନେକ ସଙ୍ଘର୍ଷ 

ଲକ୍ଷ୍ୟକୁ ସହଜ କରେ

ବିଦ୍ୟାର୍ଥୀଙ୍କ ନିୟମିତ କେବଳ ଅଭ୍ଯାସ ।

ଗୋଡଛାଟି ପହଁରି ଶିଖିବା

ଗଳାଇ ଗୋଡକୁ ଅଧା

ଭାରସାମ୍ଯ ସମ୍ଭାଳି ନିଜର

ପେଡାଲକୁ ଢିଙ୍କିକୁଟା ମାରି

ସାଇକେଲ ଚଳାଇ ଶିଖିବା

ନ ପାଉଥିଲେ ବି ଗୋଡ ଧିରେ ଧିରେ

ସିଟ ଉପରେ ବସିବାର ଉପକ୍ରମ

ଠେସ ମାରି ଦ୍ବିଚକ୍ରିକୁ ଚଳାଇବା

ଦୁଃସାହସ କମ ଲୋଡା ନୁହଁ

କଷ୍ଟ ଅତି ଦୁରୂହ ବ୍ଯାପାର ।

ହୋଇପାରେ ଦେହମୁଣ୍ଡ ଖଣ୍ଡିଆ ଖାବରା

କିନ୍ତୁ,ପିଲାଦିନ କିଛି ଭୁଲ

ବିଫଳ ପ୍ରଚେଷ୍ଟା ସବୁ

ଆଗକୁ କଡାଏ ବାଟ

ଖୋଲିଦିଏ ସଫଳତା ଦ୍ବାର 

ପିଲାଦିନ ସଙ୍ଘର୍ଷର ଫଳ ସୁମଧୁର ।

     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational