Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ପ୍ରଥମ ଶ୍ରେଣୀ

ପ୍ରଥମ ଶ୍ରେଣୀ

1 min
366



ଆମ ପିଲାଦିନେ ପ୍ରଥମ ଶ୍ରେଣୀରେ

ହେଉଥିଲା ନାମ ଲେଖା

ନେଉଥିଲେ ବାପା କାନ୍ଧରେ ବସାଇ 

କହି ମନଭୁଲା କଥା ।


ଭିଡିଧରି ମାଆ ପଣତ କାନୀକୁ

ପିଲାଏ ଛାଡନ୍ତି ନାହିଁ

ଯେତେ ପ୍ରବୋଧନା ଦେଲେ ବି ପିଲାଏ

କାନ୍ଦିଥାନ୍ତି କଇଁକଇଁ ।


ଦୋକାନକୁ ଯିବା ମିଠାଇ କିଣିବା

ଆଣିବା ଖେଳ କଣ୍ଢେଇ 

ଯେତେ ବୁଝାଇଲେ ପିଲା ତ ଅବୁଝା

ମନ ତାଙ୍କ ମାନେ ନାହିଁ ।


କିଛି ଦୂର ଯାଏ ଯାଆନ୍ତି ସଙ୍ଗରେ

ଲାଜ ଛାଡି ପିଲା ମାଆ

ବୁଝିଲେ ପିଲାଟି ଦେଖାଇ ବାହାନା

ବାପା ଠାରିଦ୍ଯନ୍ତି ଯାଆ ।


ଗେଲ ବସରିଆ ପିଲାଟି ଦେଖଇ

ଆଖିକୁ ତରାଟି ମେଲି

ତାପରି ଅନେକ ଟିକି ଟିକି ପିଲା

ବସିଛନ୍ତି ହୋଇ ମେଳି ।


ସରିଯାଏ ତାର ନାମ ଲେଖା ପର୍ବ

ଅନ୍ୟଥା ନଥାଏ ଗତି

ଭିଡିମୋଡି ହୋଇ କରେ ଯାଆଆସ

ବାପାଙ୍କ ସହିତ ନିତି ।


ପ୍ରଥମ ଶ୍ରେଣୀରେ ହୁଏ ବର୍ଣ୍ଣବୋଧ

ସଂଖ୍ୟାର ଗଣନ ଶିକ୍ଷା

ସୁନ୍ଦର ରଙ୍ଗୀନ ଛବି ମାନ ଦେଖି

ଶିଖେ ପିଲା ଚିତ୍ର ଅଙ୍କା ।


ବିଦ୍ଯାର ମନ୍ଦିରେ ଆଦର୍ଶ ଶିକ୍ଷକ 

ଅନୁକୂଳ ପରିବେଶ

ଗଢଇ ଉତ୍ତମ ଗୁଣବାନ ଛାତ୍ର 

ସୁନାଗରିକ ଅବଶ୍ଯ ।


Rate this content
Log in

Similar oriya poem from Inspirational