STORYMIRROR

Bharatabandhu Biswal

Inspirational Others Children

4  

Bharatabandhu Biswal

Inspirational Others Children

ମହାନ ମୋ ଦେଶ ଭାରତ

ମହାନ ମୋ ଦେଶ ଭାରତ

1 min
242


ସୁସଂସ୍କୃତ ବେଦ ଭାଷା ସୁସାହିତ୍ଯ 

ମୋହିିନିଏ ମନ ସୁମଧୁର ଯାର

ଛନ୍ଦ ନୃତ୍ଯ ଗୀତ ଓ ସଙ୍ଗୀତ ,

ସୁପବିତ୍ର ଚୀର ସବୁଜ ସୁନ୍ଦର  

ପୁଣ୍ଯ ଜନ୍ମଭୂମି ଜନନୀ ମୋହର 

ସିଏ ମହାନ ମୋ ଦେଶ ଭାରତ ।

ଶୋହେ ଶିରେ ତାର ଶୁଭ୍ର ହିମାଚଳ

ତା ପାଦପଦ୍ମକୁ ସାଗ୍ରହେ ପଖାଳେ 

ସୁନୀଳ ସାଗର ଜଳ ,

ବହେ ଛଳଛଳ ଅମୃତ ନିର୍ଝର

ପ୍ରବହେ ତଟିନୀ କୁଳୁକୁଳୁ ସ୍ବନେ 

ହସି ଉଠେ ଦୁଇ କୂଳ ।

ସେବାରେ ତାହାର ଜୀବନ ମୋ ଧନ୍ଯ

ଅରଜିବି ଶିକ୍ଷା କରିବି କର୍ତ୍ତବ୍ଯ 

ଦେଖାଇବି ପରାକାଷ୍ଠା ,

ତାହାର ପ୍ରଗତି ଉତ୍କର୍ଷ ସାଧନେ

କର୍ମ ନିରନ୍ତର କରିବି ନିଶ୍ଚିତ 

ଢାଳି ମନପ୍ରାଣ ନିଷ୍ଠା ।

  


Rate this content
Log in

Similar oriya poem from Inspirational