Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.5  

Gyanendriya Dash

Inspirational Others Children

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

1 min
250



ପୂଜ୍ୟ ମୋ ସ୍ୱାଧୀନ ଭାରତ ଜନନୀ,

ତୁମ ସ୍ବାଧୀନତା ପ୍ରାପ୍ତି ।

ଛୟସ୍ତରୀ ବର୍ଷ ପାଳୁଛୁ ମାତା ଗୋ,

ନ ରଖି ମନରେ ଭ୍ରାନ୍ତି ।।

କେତେ ବୀର କେତେ ସୁପୁତ୍ରସୁପୁତ୍ରୀ,

ଦେଇଛନ୍ତି ବଳିଦାନ ।

ଇଂରେଜ କବଳୁ ଆଣିଲେ ଶାସନ,

ରଖି ଆମ ସ୍ୱାଭିମାନ ।।

ଆମରି ଶାସନ ଆମେ କଲୁ ସିନା,

ହେଲୁ ଖଣ୍ଡ ବିଖଣ୍ଡିତ ।

ଚାହିଁଛୁ ମାତା ଗୋ କରି ପୂର୍ଣ୍ଣ ଆଶା,

ପୁଣି ଅଖଣ୍ଡ ଭାରତ ।।

ଦିଅ ମା ଆଶିଷ କରିବୁ ତୁମକୁ,

ଶ୍ରେଷ୍ଠ ସ୍ଥାନେ ଅଳଙ୍କୃତ ।

ବିଶ୍ଵଗୁରୁ ତୁମେ ପୁଣିଥରେ ହେବ,

ଭିକ୍ଷା ମାଗେ ତୁମ ସୁତ ।।

ସ୍ବାଧୀନତା ସିନା ପାଇଲୁ ମାତାଗୋ,

ପୂର୍ଣ୍ଣ ସ୍ବାଧୀନତା ନାହିଁ ।

ଶିକ୍ଷାଦୀକ୍ଷା ଆଉ ସଂସ୍କୃତି ସଂସ୍କାର,

ପାଶ୍ଚାତ୍ୟ ପଛେ ଗୋଡ଼ାଇ ।।

ଦିଅ ଆଶୀର୍ବାଦ ଦିଅ ମାଗୋ ଦମ୍ଭ,

ପୂର୍ଣ୍ଣ ଭାରତୀୟ ହେବୁ ।

ଆମ ସଂସ୍କୃତି ଓ ପରମ୍ପରା ସାଥେ,

ବିଶ୍ବରେ ବିଜୟୀ ହେବୁ ।।

ଗଢ଼ିଦେବୁ ଆମେ ସ୍ୱର୍ଗପରି ପୁଣି,

ଅଖଣ୍ଡ ଭାରତ ଆମ ।

ହେ ସିଂହ ବାହିନୀ ବୀର ପ୍ରସବିନୀ,

ବିଶ୍ୱ ଦେଖୁ ପରାକ୍ରମ ।।

ଦେଶରୁ ହଟିବ ଖୁଣ ଅତ୍ୟାଚାର,

ହଟିବ କୋକୁଆ ଭୟ ।

ଦେଖିବ ଜଗତ ହୋଇଣ ଚକିତ,

ଭାରତ ମାତାର ଜୟ ।।

ଆଉଥରେ ଦିଅ ସାହସ ଶକତି,

ହେବୁ ଆମେ ପରାକ୍ରମୀ ।

ଯୋଗ ଆୟୁର୍ବେଦ ଗୀତା ରାମାୟଣେ,

ବିଶ୍ୱ ହେବ ଅନୁଗାମୀ ।।

ଆଜି ଏ ଅମୃତ ମହୋତ୍ସବ ବର୍ଷ,

ହେଉ ପ୍ରେରଣାର ଉତ୍ସ ।

ସ୍ୱାବଲମ୍ବୀ ହେବ ସଂସ୍କୃତ ସମ୍ପନ୍ନ,

ନିଶ୍ଚେ ମୋ ଭାରତ ବର୍ଷ ।।

        


Rate this content
Log in

Similar oriya poem from Inspirational