ଲୁଚକାଳି
ଲୁଚକାଳି
ପିଲାଦିନ ଖେଳ ଲୁଚକାଳି ଖେଳ
ମନେ ପଡିଯାଏ ଆଜି
ଖେଳରେ ଆନନ୍ଦ ମଜା ନେଉଥିଲୁ
ଗଲାଣି ସେଦିନ ହଜି ।
ସୂର୍ଯ୍ୟ ସାଥେ ମେଘ ଖେଳେ ଲୁଚକାଳି
ଦେଖୁ ଆମେ ପୃଥିବୀରେ
ତାଙ୍କ ଖେଳ ଦେଖି ଅତି ଆନନ୍ଦିତ
ଲାଗଇ ଏହି ମହୀରେ ।
ଚନ୍ଦ୍ର ସାଥେ ମଧ୍ୟ୍ୟ ଛାଇ ଆଲୁଅର
ଖେଳ ଚାଲେ ଦିବା ନିଶି
ପକ୍ଷେ ଅନ୍ଧକାର ପକ୍ଷେ ଆଲୋକିତ
ଏତ ସଂସାରର ନୀତି l
ସମୁଦ୍ର ସାଥିରେ ପବନ ମିଶିଣ
ଖେଳନ୍ତି ତ ଲୁଚକାଳି
ଦୋଦୁଲ୍ୟମାନ ତ ଲହରୀ ଉଠଇ
ମନ ମୁନ ଦିଏ ଟାଳି l
ଭୟଙ୍କର ଢେଉ ସାଥିରେ ନଉକା
କି ଶୋଭା ସାଗର ଦିଶେ
ସମୁଦ୍ର କୂଳରେ ସପ୍ତ ରଙ୍ଗ ଭରା
ମଣିଷ ସମାଜ ହସେ ।
ଭକତ ସାଥିରେ ଭଗବାନଙ୍କର
ହୁଏ ଲୁଚକାଳି ଖେଳ
କେତେବେଳେ ଦୁଃଖ କେତେବେଳେ ସୁଖ
ଛାଇ ଆଲୁଅରେ ଚଳ l
କେତେବେଳେ ଟିକେ ଦେଖାଦେଇ ଦିଏ
କେତେବେଳେ ଯାଏ ଲୁଚି
ଭକତ ଖୋଜଇ ବାହୁନି ବାହୁନି
ହାତରେ ବାଡେଇ ଛାତି l
ନେତା ମନ୍ତ୍ରୀ ମାନେ ଜନତା ସାଥିରେ
ଖେଳନ୍ତି ବିଭିନ୍ନ ଖେଳ
ତାଙ୍କ ଠାରୁ ନେଇ ତାଙ୍କୁଇ ଦିଅନ୍ତି
ନାଁ ନିଅନ୍ତି କେବଳ l
ଏପଟେ ନିଅନ୍ତି ସେପଟେ ଦିଅନ୍ତି
ଜମିବାଡ଼ି ତ ପଡିଆ
ମାଗଣା ଚାଉଳେ ହେଣ୍ଡି ମାରୁଛନ୍ତି
ସକଳେ ହେଲେ କୋଢ଼ିଆ l
କାହାକୁ କହିବା ସମସ୍ତେ ତ ତାହା
କରୁଛନ୍ତି ଏ ବିଶ୍ୱରେ
ବିଶ୍ୱବିହାରୀର ଦାନ କୁ ସମର୍ପି
ଦିଅନ୍ତି ଇଶ୍ୱର ଠାରେ ।।
