STORYMIRROR

Sunanda Mohanty

Abstract Inspirational Children

4  

Sunanda Mohanty

Abstract Inspirational Children

ରାକ୍ଷୀ ତୁ ସାକ୍ଷୀ

ରାକ୍ଷୀ ତୁ ସାକ୍ଷୀ

1 min
352

ଭାଇଟିଏ ଜୀବନର ଶ୍ରେଷ୍ଠ ବନ୍ଧୁ

ସାଂସାର ବାନ୍ଧୁ ଦୁହେଁ ଦୁହିଁଙ୍କର ସିନ୍ଧୁ

ରାକ୍ଷୀ ଏକ ଜଳ ତରଙ୍ଗ ଅଭେଦ ବିନ୍ଦୁ

ଚନ୍ଦନ ଚନ୍ଦ୍ରବିନ୍ଦୁ ଗୋଲକ ଓ ଇନ୍ଦୁ

କେତେ ଦୂରେ ଭାଇ ଭଉଣୀ ନକାନ୍ଦୁ

ଭାଇକୁ ମୋ ସମର୍ଥ କର ଦୀନବନ୍ଧୁ

ଦୂରେଇ ଯାଉ ଜୀବନର ସବୁ ଅଳନ୍ଧୁ

ବିନ୍ଦୁ ମିଶି ଯେମିତି ସିନ୍ଧୁରେ ବନ୍ଧ ବାନ୍ଧୁ

ଭାଇ ଭଉଣୀ ସମ୍ପର୍କ ସୂତା ସ୍ବର୍ଗୀୟ ସମ୍ବନ୍ଧୁ

ସୃଷ୍ଟିର କାଉଁରୀ ମନ୍ତ୍ରେ ଛନ୍ଦୁ ଛନ୍ଦୁ

ଭାଇ ବେଦୀରେ ଦିଏ ରାଣ ମଧୁ ମଧୁ

ଅଛି ତୋ ପାଖେ କାନ୍ଦିବୁନି ପୂର୍ଣ୍ଣମୀ ଇନ୍ଦୁ

ରାକ୍ଷୀ ଅଛି ସାକ୍ଷୀ ଡେଇଁଯିବା ସାତ ସିନ୍ଧୁ

ଭାଇ ସାତସିନ୍ଧୁ ହେଲେ ଭଉଣୀ ପୂର୍ଣ୍ଣମୀ ଇନ୍ଦୁ

ରାକ୍ଷୀରେ ସାକ୍ଷୀ ଅମୃତ ପ୍ରେମ ବିନ୍ଦୁ ବିନ୍ଦୁ

ପୋଛିଦେ ଟୋପା ଲୁହ କାହିଁକି କାନ୍ଦୁ

ରାକ୍ଷୀ ଅଛି ସାକ୍ଷୀ ତୋଳିଦେବି ଇନ୍ଦୁ

ଜହ୍ନମାମୁଁ ଘରକୁ ବାଟ ଫିଟିଛି ଆକାଶରେ

ଚାଲ ତୋଳିଦେବି ପାରିଜାତ ସ୍ୱର୍ଗ ହୁଡ଼ା ବନ୍ଧୁ

ହସି ଦେଇ ଭଉଣୀ ଭାଇକୁ ବନ୍ଦାଏ ଚନ୍ଦନ ବିନ୍ଦୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract