STORYMIRROR

Bishnupriya Panda

Children Stories

4  

Bishnupriya Panda

Children Stories

ଏଇ ଆମ ମାମୁଁ ଘର

ଏଇ ଆମ ମାମୁଁ ଘର

1 min
341


ପିତା ଜଗନ୍ନାଥ ମାତା ମହାଲକ୍ଷ୍ମୀ

ଜହ୍ନ ରାଇଜ ରେ ମାମୁଁ ଘର

ଆଜି ପିତା ମାତା ନନ୍ଦିଘୋଷେ ଚଢି

ଯାଇଛନ୍ତି ମାମୁଁ ଙ୍କ ପାଶରl 

ତିନିଶହ ଚୌରାସୀ ହଜାର ଚାରିଶ

କିଲୋମିଟର ରେ ମାମୁଁ ଘର

ମାଆ ମୋ ରହନ୍ତି ଭାରତ ଦେଶରେ

ଆମ ଏହି ପୁରୁଷୋତ୍ତମର l

 ଯିବା ପାଇଁ ଯାନ ବାହାନ ନଥିଲା

କାଖରେ କାଖେଇ ମାଆ ମୋର

କହନ୍ତି ଦେଖରେ ସୁନା ଧନ ମୋର

ଇଏ ଅଟେ ତୋର ମାମୁଁ ଘର l

ଭାରତ ଦେଶତ ସବୁଠୁ ମହାନ

ପୃଥିବୀରେ ଅଟେ ଅଗ୍ରଗଣ୍ୟ

ଜୋତିଷ ଶାସ୍ତ୍ର ର ଗଣନା ଏଠାରେ

ନ ହୁଅଇ ଭୁଲ କଦାଚନ l

ଜୋତିଷ ବିଜ୍ଞାନ ଏକତ୍ର ହୋଇଣ

ବାହାର କରିଲେ ଏକ ଯାନ

ଦିହଜାର ତେଇସି ଅଗଷ୍ଟ ତେଇସି

ଯାନ ମାମୁଁ ଘରେ ଅବତରଣ l

ସନ୍ଧ୍ୟା ଛଅ ଘଣ୍ଟା ଚାରି ମିନିଟ ରେ

ମାମୁଁ ଘରେ ଦେଲା ପହଂଚାଇ

ଦକ୍ଷିଣ ଦିଗରେ ଦିଗବିଜୟ ବାନା

ସହଜରେ ଦେଲା ତ ଉଡାଇ l

ଚନ୍ଦ୍ରାୟଣ ଦୁଇ ସ୍ୱାଗତ କରିଲା

ଚଦ୍ରାୟଣ ତିନି ପ୍ରଜ୍ଞାନକୁ

ମହାଜ୍ଞାନ ଆଉ ବିଜ୍ଞାନ ବଳରେ

ପ୍ରଜ୍ଞାନ ଚାଲଇ ଖୋଜିବାକୁ l

ମାମୁଁ ଘର ପାଣି ପବନ କିପରି

ପାହାଡ଼ ପର୍ବତ କେତେ ଅଛି

ରହିବା କିପରି ଖାଇବା କଅଣ

କେଉଁ ମାନେ ଏଠି ରହୁଛନ୍ତି l

ରୁଷ ଚାଇନା ଆମେରିକା ଦେଶ

ପଛକୁ ପକାଇ ଏ ଭାରତ

ଶାନ୍ତି ମୈତ୍ରୀ ପ୍ରୀତି ପତାକା ପୋତିଲା

ସଭିଙ୍କୁ କରିଦେଲାଚକିତ l

ଜଗତ ଇଶ୍ୱର ବାବା ମାଆ ଯାର

ତାଠୁ ବୁଦ୍ଧିମାନ କିଏ ହେବ

ଜହ୍ନ ମାମୁଁ ପାଖେ ଆଗରେ ପହଞ୍ଚି

ବିଜୟ କେତନ ଉଡାଇବ l

ଲକ୍ଷ୍ମୀ ନାରାୟଣ ଚାହିଁଲେ ତ ଦିନେ

ମlତୁଳାଳୟ ରେ ଆମେ ଯିବୁ

ସେହି ଠାରେ ରହି ସୂର୍ଯ୍ୟନାରାୟଣ

ପାଖକୁ ତ ଦିନେ ପଳାଇବୁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍